ଆଫଗାନ୍ ଭୂକମ୍ପରେ ୧୫୦ ମୃତ
ଆଫଗାନିସ୍ତାନ: ଜୁନ ୨୨: ଆଫଗାନିସ୍ତାନରେ ଜୋରଦାର ଭୂମିକମ୍ପ । ଏହି ଘଟଣାରେ ପାଖାପାଖି ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ପାକିସ୍ତାନର କେତେକ ଅଞ୍ଚଳରେ ମଧ୍ୟ ଭୂମିକମ୍ପରେ ଥରିଲା ଘର ଦ୍ୱାର । ରିକଫର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଆଫଗାନିସ୍ତାନର ପାକଟିକା ପ୍ରଦେଶରେ ଏହି ଭୂମିକମ୍ପ ହୋଇଛି । ତେବେ ଭୂମିକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଏହି ଅଞ୍ଚଳ ଦୁର୍ଗମ ହୋଇଥିବାରୁ ସେଠାରେ ଉଦ୍ଧାରକାରୀ […]
ଆଫଗାନିସ୍ତାନ: ଜୁନ ୨୨: ଆଫଗାନିସ୍ତାନରେ ଜୋରଦାର ଭୂମିକମ୍ପ । ଏହି ଘଟଣାରେ ପାଖାପାଖି ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ପାକିସ୍ତାନର କେତେକ ଅଞ୍ଚଳରେ ମଧ୍ୟ ଭୂମିକମ୍ପରେ ଥରିଲା ଘର ଦ୍ୱାର । ରିକଫର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଆଫଗାନିସ୍ତାନର ପାକଟିକା ପ୍ରଦେଶରେ ଏହି ଭୂମିକମ୍ପ ହୋଇଛି । ତେବେ ଭୂମିକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଏହି ଅଞ୍ଚଳ ଦୁର୍ଗମ ହୋଇଥିବାରୁ ସେଠାରେ ଉଦ୍ଧାରକାରୀ ଦଳ ପହଞ୍ଚିବାରେ ବିଳମ୍ବ ହେଉଛି । ୟୁଏସର ଜିଓଲୋଜିକାଲ ସର୍ଭେ ମୁତାବିକ୍ ଆଫଗାନିସ୍ତାନର ଦକ୍ଷିଣପୂର୍ବ ଭୂକମ୍ପର କେନ୍ଦ୍ରସ୍ଥଳ । ତେବେ ଏହି ଭୂକମ୍ପର ମାତ୍ରା ଏତେ ଜୋରରେ ଥିଲା ଯେ, ଏଥିରେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ୧୫୦ ଅନୁମାନ କରାଯାଉଥିଲେ ହେଁ ଆହୁରି ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଆକଳନ କରାଯାଉଛି ।




