ଜବଲପୁର ହସ୍ପିଟାଲରେ ନିଆଁ:ବଢ଼ୁଛି ମୃତକଙ୍କ ସଂଖ୍ୟା

ଭୋପାଳ : ଗତକାଲି ଜବଲପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗିଥିଲା । ଏଥିରେ ୮ ଜଣଙ୍କର ମୃତୁ୍ୟ ହୋଇଥିଲା ବେଳେ ଆଜି ଆଉ ଦୁଇ ଜଣଙ୍କର ମୃତୁ୍ୟ ହୋଇଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ହସ୍ପିଟାଲର କର୍ମଚାରୀ ରହିଛନ୍ତି । ତେବେ ୭ ଜଣ ରୋଗୀଙ୍କର ମୃତୁ୍ୟ ହୋଇଥିବା ସୂଚନା ମିଳିଛି । […]

Samaya Live Picture
Published On

ଭୋପାଳ : ଗତକାଲି ଜବଲପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗିଥିଲା । ଏଥିରେ ୮ ଜଣଙ୍କର ମୃତୁ୍ୟ ହୋଇଥିଲା ବେଳେ ଆଜି ଆଉ ଦୁଇ ଜଣଙ୍କର ମୃତୁ୍ୟ ହୋଇଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ହସ୍ପିଟାଲର କର୍ମଚାରୀ ରହିଛନ୍ତି । ତେବେ ୭ ଜଣ ରୋଗୀଙ୍କର ମୃତୁ୍ୟ ହୋଇଥିବା ସୂଚନା ମିଳିଛି ।

ଜବଲପୁର ହସ୍ପିଟାଲରେ ନିଆଁ:ବଢ଼ୁଛି ମୃତକଙ୍କ ସଂଖ୍ୟା

ଆଜି ଅପରାହ@ ୩ଟାରେ ନୁ୍ୟଲାଇଫ୍‌ ମଲଫି ସ୍ପେଶାଲିଷ୍ଟ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା । ଏଥିରେ ୧୦ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କେତେ ଲୋକ ଆହତ ହୋଇଛନ୍ତି ଏପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ । ଜବଲପୁର ଏସ୍‌ପିଙ୍କ ସୂଚନା ଅନୁଯାୟୀ ମୃତକଙ୍କ ମଧ୍ୟରୁ ୪ ଜଣଙ୍କର ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିଲା । ସେମାନେ ସମ୍ପୂର୍ଣ୍ଣ ପୋଡି ହୋଇଥିଲେ ।

ଜବଲପୁର ହସ୍ପିଟାଲରେ ନିଆଁ:ବଢ଼ୁଛି ମୃତକଙ୍କ ସଂଖ୍ୟା

ନିଆଁଙ୍କୁ ଲିଭାଇ ଦିଆଯାଇଥିବା ବେଳେ ହସ୍ପିଟାଲରେ ଥିବା ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତଳ ମାହାଲାରେ ସଟସର୍କିଟ୍‌ ଯୋଗୁଁ ପ୍ରଥମେ ନିଆଁ ଲାଗିଥିଲା । ପରେ ଏହା ଡାକ୍ତରଖାନାର ପୁରା ୩ ମାମଲାକୁ ବ୍ୟାପୀ ଥିଲା । ନିଆଁ ଲିଭାଇବାକୁ ଅଗ୍ନିସମ ବାହାନୀକୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା । ହସ୍ପିଟାଲରୁ ବାହାରିବା ପାଇଁ ଗୋଟିଏ ମାତ୍ର ରାସ୍ତା ଥିବାରୁ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତରଖାନା କର୍ମଚାରୀ ସମେତ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ସେଠାରେ ଫଶି ଯାଇଥିଲେ ।

ଜବଲପୁର ହସ୍ପିଟାଲରେ ନିଆଁ:ବଢ଼ୁଛି ମୃତକଙ୍କ ସଂଖ୍ୟା

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣା ଲାଗି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ଘୋଷଣା କରିଛନ୍ତି । ଆହତମାନଙ୍କୁ ୫୦ ହଜାର ଟଙ୍କା ସହାୟତା ଦିଆଯିବ ଏହା ସହିତ ସେମାନଙ୍କ ଚିକିସିା ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି ।