୧୫ ବର୍ଷ ମଧ୍ୟରେ ୧,୩୦,୪୧୮ ମୋକଦ୍ଦମାର ଶୁଣାଣି କରିଛନ୍ତି ଏହି ବିଚାରପତି
ସମୟ ଲାଇଭ୍,୨/୧୦: ଅଧିକାଂଶ ରାଜ୍ୟରେ ନ୍ୟାୟାଳୟଗୁଡ଼ିକରେ ଅନେକ ମାମଳାର ଶୁଣାଣିରେ ବିଳମ୍ବ ହେଉଥିବ। ଲଗାତାର ଅଭିଯୋଗ ଆସୁଛି। ଏହାମଧ୍ୟରେ ଆଲ୍ହାବାଦର ବରିଷ୍ଠ ବିଚାରପତି ସୁଧୀର ଅଗ୍ରୱାଲ ଏକ ନୂଆ ରେକର୍ଡ଼ ନିଜ ନାମରେ କରିଛନ୍ତି। ୧୫ ବର୍ଷ ମଧ୍ୟରେ ୧,୩୦,୪୧୮ ମାମଲାର ସେ ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ତେବେ ଏତେ ସଂଖ୍ୟକ ମାମଲା ଶୁଣାଣୀ କରିବାରେ ସେ ଦେଶର ପ୍ରଥମ ବିଚାରପତି ଅଟନ୍ତି। ତେବେ ଏହି କାର୍ଯ୍ୟାକାଳ ମଧ୍ୟରେ ଅନେକ ଚର୍ଚ୍ଚିତ ମାମଳାର ମଧ୍ୟ […]
ସମୟ ଲାଇଭ୍,୨/୧୦: ଅଧିକାଂଶ ରାଜ୍ୟରେ ନ୍ୟାୟାଳୟଗୁଡ଼ିକରେ ଅନେକ ମାମଳାର ଶୁଣାଣିରେ ବିଳମ୍ବ ହେଉଥିବ। ଲଗାତାର ଅଭିଯୋଗ ଆସୁଛି। ଏହାମଧ୍ୟରେ ଆଲ୍ହାବାଦର ବରିଷ୍ଠ ବିଚାରପତି ସୁଧୀର ଅଗ୍ରୱାଲ ଏକ ନୂଆ ରେକର୍ଡ଼ ନିଜ ନାମରେ କରିଛନ୍ତି। ୧୫ ବର୍ଷ ମଧ୍ୟରେ ୧,୩୦,୪୧୮ ମାମଲାର ସେ ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ତେବେ ଏତେ ସଂଖ୍ୟକ ମାମଲା ଶୁଣାଣୀ କରିବାରେ ସେ ଦେଶର ପ୍ରଥମ ବିଚାରପତି ଅଟନ୍ତି। ତେବେ ଏହି କାର୍ଯ୍ୟାକାଳ ମଧ୍ୟରେ ଅନେକ ଚର୍ଚ୍ଚିତ ମାମଳାର ମଧ୍ୟ ଶୁଣାଣୀ କରିଛନ୍ତି। ଶଙ୍କରଗଡ଼ ରାଣୀଙ୍କ ଠାରୁ ୪୫ ଗ୍ରାମକୁ ମୁକ୍ତ କରିବା ସପକ୍ଷରେ ସେ ରାୟ ଦେଇଥିଲେ। ସେହିପରି ଜ୍ୟୋତିଷ ପୀଠରେ ଶଙ୍କରାର୍ଯ୍ୟଙ୍କ ନାମରେ ଚାଲିଥିବା ଏକ ମାମଲାର ମଧ୍ୟ ଶୁଣାଣି କରିଥିଲେ। ଶ୍ରୀରାମ ଜନ୍ମ ଭୂମି ଓ ବାବରୀ ମସଜିଦ ମାମଲା ଉପରେ ଶୁଣାଣି କରି ମଧ୍ୟ ସେ ଖ୍ରାତି ଅର୍ଜନ କରିଥିଲେ। ଅନ୍ୟପଟେ ସରକାରୀ କର୍ମଚାରୀ ଓ ନେତାଙ୍କ ପିଲାଙ୍କ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢ଼ାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ସରକାରୀ କର୍ମଚାରୀ କେବଳ ସରକାରୀ ଡ଼ାକ୍ତରଖାନାରେ ହିଁ ଚିକିତ୍ସିତ ହେବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସ୍ତାନୀୟ ଅଞ୍ଚଳରେ ସରାକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରି ସରକାରୀ ଜମି ଫେରସ୍ତ ଭଳି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଥିଲେ ଜଷ୍ଟିସ୍ ସୁଧୀର।
ଫିରୋଜାବାଦର ମୂଳ ନିବାସୀ ଜଷ୍ଟିସ୍ ଅଗ୍ରୱାଲ ଆଗ୍ରାରେ ସ୍ନାତ୍ତକରିଥିଲେ। ପରେ ମେରଠରେ ସେ ଆଇନ୍ ପାଠ୍ୟକ୍ରମ ସମାପ୍ତ କରିଥିଲେ। ୧୯୮୦ ମସିହା ଅକ୍ଟୋପର ୫ରେ ସେ ଓକିଲ ଭାବେ ଆଲ୍ହାବାଦରେ କୋର୍ଟରେ ତାଙ୍କର କ୍ୟାରିୟର୍ ଆରମ୍ଭ କରିଥିଲେ। ତେବେ ୨୦୯୦୫ରେ ସେ ବିଚାରପତି ରୂପେ କାର୍ଯ୍ୟଭାର ଗ୍ରହଣ କରିଥିଲେ ମଧ୍ୟ ୨୦୦୭ରେ ନିୟମିତ ବିଚାରପତି ଭାବେ ନିଯୁକ୍ତି ହୋଇଥିଲେ।
Tags:




