ୱାୟନାଡ଼ ଉପନିର୍ବାଚନ ପାଇଁ ନିର୍ବାଚନ କମିସନ ତତ୍ପର ନାହାନ୍ତି
ନୂଆଦିଲ୍ଲୀ, ୨୯/୩ : ୱାୟନାଡ଼ ଲୋକସଭା ଆସନରେ ଉପନିର୍ବାଚନ ଘୋଷଣା କରିବାକୁ ନିର୍ବାଚନ କମିସନ୍ ତତ୍ପର ନାହାନ୍ତି। କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମାସେ ସମୟ ଦେଇଛନ୍ତି। ରାହୁଲଙ୍କ ପାଖରେ ତାଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାପାଇଁ ସମୟ ଅଛି। ତେଣୁ ନିର୍ବାଚନ କମିସନ ୱାୟନାଡ଼ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ତତ୍ପର ନାହାନ୍ତି ବୋଲି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି। ଫେବୃଆରୀ ସୁଦ୍ଧା ଖାଲିଥିବା ଆସନ ଉପରେ ବର୍ତ୍ତମାନ ନିଷ୍ପତ୍ତି ନିଆଯାଇଛି […]
ନୂଆଦିଲ୍ଲୀ, ୨୯/୩ : ୱାୟନାଡ଼ ଲୋକସଭା ଆସନରେ ଉପନିର୍ବାଚନ ଘୋଷଣା କରିବାକୁ ନିର୍ବାଚନ କମିସନ୍ ତତ୍ପର ନାହାନ୍ତି। କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମାସେ ସମୟ ଦେଇଛନ୍ତି। ରାହୁଲଙ୍କ ପାଖରେ ତାଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାପାଇଁ ସମୟ ଅଛି। ତେଣୁ ନିର୍ବାଚନ କମିସନ ୱାୟନାଡ଼ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ତତ୍ପର ନାହାନ୍ତି ବୋଲି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି। ଫେବୃଆରୀ ସୁଦ୍ଧା ଖାଲିଥିବା ଆସନ ଉପରେ ବର୍ତ୍ତମାନ ନିଷ୍ପତ୍ତି ନିଆଯାଇଛି ବୋଲି କୁମାର କହିଛନ୍ତି। ୱାୟନାଡ଼ ସଂସଦୀୟ ଆସନ ଖାଲି ଥିବା ନେଇ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।ଆଇନ ଅନୁଯାୟୀ ୬ ମାସ ମଧ୍ୟରେ ଉପନିର୍ବାଚନ ହେବା ଦରକାର।




