ୱାୟନାଡ଼ରେ କଳା ଦିବସ ପାଳିବ କଂଗ୍ରେସ

୨୫/୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟ ଘୋଷଣାକୁ ବିରୋଧ କରି କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ ଯୋଜନା କରିଛି। ଗତକାଲି ସନ୍ଧ୍ୟାରେ କଂଗ୍ରେସ ମୁଖ୍ୟାଳୟରେ ହୋଇଥିବା ରଣନୈତିକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏନେଇ ସୂଚନା ପ୍ରଦାନ କରିଥିଲେ। ତେବେ ଏହି ଯୋଜନାର ଏକ ଅଂଶ ଭାବେ ଆଜି ୱାୟନାଡ଼ ନିର୍ବାଚନମଣ୍ଡଳୀରେ କଳା ଦିବସ ପାଳନ କରାଯିବ। ୱାୟନାଡ଼ ଜିଲ୍ଲା କଂଗ୍ରେସ କମିଟି ମୁଖ୍ୟ ଏନ୍‌ଡି ଆପ୍ପାଚନ୍ ଆଜି […]

Samaya Live Picture
Published On

୨୫/୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟ ଘୋଷଣାକୁ ବିରୋଧ କରି କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ ଯୋଜନା କରିଛି। ଗତକାଲି ସନ୍ଧ୍ୟାରେ କଂଗ୍ରେସ ମୁଖ୍ୟାଳୟରେ ହୋଇଥିବା ରଣନୈତିକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏନେଇ ସୂଚନା ପ୍ରଦାନ କରିଥିଲେ। ତେବେ ଏହି ଯୋଜନାର ଏକ ଅଂଶ ଭାବେ ଆଜି ୱାୟନାଡ଼ ନିର୍ବାଚନମଣ୍ଡଳୀରେ କଳା ଦିବସ ପାଳନ କରାଯିବ। ୱାୟନାଡ଼ ଜିଲ୍ଲା କଂଗ୍ରେସ କମିଟି ମୁଖ୍ୟ ଏନ୍‌ଡି ଆପ୍ପାଚନ୍ ଆଜି ଏହି ସୂଚନା ଦେଇଛନ୍ତି। ରାହୁଲ ଗାନ୍ଧି ୱାୟନାଡ଼ରୁ ଲୋକସଭାକୁ ପ୍ରତିନିଧିତ୍ବ କରୁଥିଲେ। ସଂସଦରୁ ତାଙ୍କ ସଦସ୍ୟତା ରଦ୍ଦ ‌ହେବା ସହ ୱାୟନାଡ଼ ଆସନକୁ ଖାଲି ଘୋଷଣା କରାଯାଇଛି। ଖୁବ୍‌ ଶୀଘ୍ର ୱାୟନାଡ଼ରେ ଉପନିର୍ବାଚନ ପାଇଁ ନିର୍ବାଚନ କମିସନ୍‌ ତାରିଖ ‌ଘୋଷଣା କରିବେ। ରାହୁଲଙ୍କ ଦଣ୍ଡାଦେଶ ଉପରେ ଯଦି ରୋକ୍‌ ଲାଗିବ ତେବେ ସେ ନିର୍ବାଚନ ଲଢ଼ି ପାରିବେ। ଉଚ୍ଚ ଅଦାଲତ‌‌ରେ ରାହୁଲଙ୍କ ଦଣ୍ଡାଦେଶ ଉପ‌‌ରେ ରୋକ୍‌ ନଲାଗିଲେ ରାହୁଲ ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେନି।

Tags: