ୱାୟନାଡ଼ ଭୂସ୍ଖଳନ ମୃ୍ତ୍ୟୁସଂଖ୍ୟା ୩୨୬ ପହଞ୍ଚିଲା

ୱାୟନାଡ଼: କେରଳର ୱାୟନାଡ଼ରେ ଘଟିଥିବା ବଡ଼ଧରଣର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ଆଜି ୩୨୬ରେ ପହଞ୍ଚିଛି। ଆହୁରି ୨୯୫ ଲୋକ ନିଖୋଜ ଅଛନ୍ତି। ଅନ୍ୟପକ୍ଷେ ସେନା ଦ୍ବାରା ୱା‌ୟନାଡ଼ର ମୁଣ୍ଡାକ୍କାଇ ଏବଂ ଚୁରାଲ୍‌ମାଲାରୁ ୧ ହଜାରରୁ ଅଧିକ ଲୋକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ପ୍ରତିକୂଳ ପାଣିପାଗ ଉକ୍ତ ଅଞ୍ଚଳରେ ଉଦ୍ଧାର ଅଭିଯାନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ମେଜର ଜେନେରାଲ ମନୋଜ ମାଥ୍ୟୁଙ୍କ ନେତୃତ୍ବରେ ‌ସେନା‌ ଏକ କମାଣ୍ଡ ଏବଂ କଣ୍ଟ୍ରୋଲ୍‌ ସେଣ୍ଟର ପ୍ରତିଷ୍ଠା କରିଛି। ଇତି ମଧ୍ୟରେ […]

Samaya Live Picture
Published On

ୱାୟନାଡ଼: କେରଳର ୱାୟନାଡ଼ରେ ଘଟିଥିବା ବଡ଼ଧରଣର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ଆଜି ୩୨୬ରେ ପହଞ୍ଚିଛି। ଆହୁରି ୨୯୫ ଲୋକ ନିଖୋଜ ଅଛନ୍ତି। ଅନ୍ୟପକ୍ଷେ ସେନା ଦ୍ବାରା ୱା‌ୟନାଡ଼ର ମୁଣ୍ଡାକ୍କାଇ ଏବଂ ଚୁରାଲ୍‌ମାଲାରୁ ୧ ହଜାରରୁ ଅଧିକ ଲୋକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ପ୍ରତିକୂଳ ପାଣିପାଗ ଉକ୍ତ ଅଞ୍ଚଳରେ ଉଦ୍ଧାର ଅଭିଯାନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ମେଜର ଜେନେରାଲ ମନୋଜ ମାଥ୍ୟୁଙ୍କ ନେତୃତ୍ବରେ ‌ସେନା‌ ଏକ କମାଣ୍ଡ ଏବଂ କଣ୍ଟ୍ରୋଲ୍‌ ସେଣ୍ଟର ପ୍ରତିଷ୍ଠା କରିଛି। ଇତି ମଧ୍ୟରେ ମେପାଡ଼ି -ଚୁରାଲମାଲା ରୋଡ୍‌ରେ ସେନା ଦ୍ବାରା ଅସ୍ଥାୟୀ ବ୍ରିଜ୍‌ ନିର୍ମାଣ ଶେଷ ହୋଇଛି ଏବଂ ପ୍ରଥମ ଭୂସ୍ଖଳନ ହୋଇଥିବା ଗାଁରେ ଉଦ୍ଧାର କାର୍ଯ୍ୟ ପାଇଁ ସେନା ପହଞ୍ଚିଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଆଜି ୱାୟନାଡ଼ରେ ଉଦ୍ଧାର କାର୍ଯ୍ୟର ସ୍ଥିତି ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାପାଇଁ ଚେଲିୟାର ନଦୀରେ ଉଦ୍ଧାର ଅପରେସନ୍‌ ଜାରି ରହିଛି। ଚେଲିୟାର ନଦୀରୁ ଏଯାବତ ୨୦୦ରୁ ଅଧିକ ମୃତଦେହ ମିଳିଲାଣି। ଅନ୍ୟପକ୍ଷେ କେରଳରେ ବର୍ଷା ଲାଗି ରହିଛି। ଆଜି ୭ଟି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। କିଛି ଅଞ୍ଚଳରେ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ କିଛି ଅଞ୍ଚଳରେ ରେଡ୍‌ ଆଲର୍ଟ ଜାରି ହୋଇଛି। ଉତ୍ତର ଜିଲ୍ଲାରେ ବର୍ଷା କମିଥିଲେ ସୁଦ୍ଧା କିଛି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଆଇଏମ୍‌ଡି ପକ୍ଷରୁ ଆଜି କୋଝିକୋଡ଼, ୱାୟନାଡ଼, କନ୍ନୁର ଏବଂ କସରଗଡ଼‌ରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଆଇଏମ୍‌ଡି ମଧ୍ୟ କେରଳ ଏବଂ ଲକ୍ଷଦ୍ବୀପରେ ଅଗଷ୍ଟ ୬ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି।

Tags: