ୱାୟନାଡ଼ ଭୂସ୍ଖଳନ ମୃତ୍ୟୁସଂଖ୍ୟା ୨୮୫ ପହଞ୍ଚିଲା , ୨୪୦ ଜଣଙ୍କ ପତ୍ତା ମିଳୁନି

ୱାୟନାଡ଼: ୱାୟନାଡ଼ର ମୁଣ୍ଡାକ୍କାଇରେ ଗତ ମଙ୍ଗଳବାର ହୋଇଥିବା ଭୟଙ୍କର ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା‌ ଆଜି ୨୮୫ପହଞ୍ଚିଛି। ୨୪୦ ଜଣ ଏବେ ବି ନିଖୋଜ ଅଛନ୍ତି। ଅନ୍ୟପକ୍ଷେ ସେନା ଦ୍ବାରା ମୁଣ୍ଡାକ୍କାଇ ଏବଂ ଚୁରାଲ୍‌ମାଲାରୁ ୧ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଗଲାଣି। ଆହୁରି ଅନେକ ଲୋକ ମାଟି ତଳେ ପୋତି ହୋଇଯାଇଥିବା ସନ୍ଦେହ କରାଯାଉଥିବାରୁ ସେନା, ଅଗ୍ନିଶମ ବାହିନୀ ଏବଂ ଏନ୍‌ଡିଆର୍‌ଏଫ୍‌ ଉଦ୍ଧାରରେ ଅହରହ ନିୟୋଜିତ ରହିଛନ୍ତି। ଗତକାଲି ଚେଲିୟାର ନଦୀରୁ ୮୩ ଜଣଙ୍କ ମୃତଦେହ ମିଳିଥଲା ଏବଂ […]

Samaya Live Picture
Published On

ୱାୟନାଡ଼: ୱାୟନାଡ଼ର ମୁଣ୍ଡାକ୍କାଇରେ ଗତ ମଙ୍ଗଳବାର ହୋଇଥିବା ଭୟଙ୍କର ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା‌ ଆଜି ୨୮୫ପହଞ୍ଚିଛି। ୨୪୦ ଜଣ ଏବେ ବି ନିଖୋଜ ଅଛନ୍ତି। ଅନ୍ୟପକ୍ଷେ ସେନା ଦ୍ବାରା ମୁଣ୍ଡାକ୍କାଇ ଏବଂ ଚୁରାଲ୍‌ମାଲାରୁ ୧ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଗଲାଣି। ଆହୁରି ଅନେକ ଲୋକ ମାଟି ତଳେ ପୋତି ହୋଇଯାଇଥିବା ସନ୍ଦେହ କରାଯାଉଥିବାରୁ ସେନା, ଅଗ୍ନିଶମ ବାହିନୀ ଏବଂ ଏନ୍‌ଡିଆର୍‌ଏଫ୍‌ ଉଦ୍ଧାରରେ ଅହରହ ନିୟୋଜିତ ରହିଛନ୍ତି। ଗତକାଲି ଚେଲିୟାର ନଦୀରୁ ୮୩ ଜଣଙ୍କ ମୃତଦେହ ମିଳିଥଲା ଏବଂ ମଙ୍ଗଳବାର ଦିନ ୨୬ ଜଣଙ୍କ ମୃତଦେହ ମିଳିଥିଲା। ପାଖାପାଖି ୨୦୦ ଲୋକ ଏବେ ବିଭିନ୍ନ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୱାୟନାଡ଼ ବିପର୍ଯ୍ୟୟ ପାଇଁ ୪୫ଟି ରିଲିଫ୍‌ ଶିବିର ଖୋଲାଯାଇଛି ଏବଂ ଏଠାରେ ୩ ହଜାରରୁ ଅଧିକ ଲୋକ ରହୁଛନ୍ତି। ଭୂସ୍ଖଳନରେ ୫ଟି ଗାଁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ମୁଣ୍ଡାକ୍କାଇ ଏବଂ ଚୁରାଲମାଲାରେ ୩୦୦ରୁ ଅଧିକ ଘର ମାଟିରେ ମିଶି ଯାଇଛି। ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀଙ୍କ ସହ କଥା ହୋଇଛନ୍ତି ଏବଂ ସମ୍ପୃକ୍ତ ଅଞ୍ଚଳରେ ସେନା ଦ୍ବାରା ଚାଲିଥିବା‌ ଉଦ୍ଧାର ଅଭିଯାନ ସଂକ୍ରାନ୍ତରେ ବୁଝିଛନ୍ତି। ଅଧିକରୁ ଅଧିକ ସ୍ଥଳସେନା ଏବଂ ନୌସେନା ସଦସ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ଜଣାପଡ଼ିଛି। ମାଟିତଳୁ, ଭଙ୍ଗାଘରୁ ଏବଂ ପଙ୍କ କାଦୁଅରେ ପୋତି ହୋଇଯାଇଥିବା ଘରୁ ସେନା ସଦସ୍ୟ ମୃତଦେହ ଉଦ୍ଧାର କରୁଛନ୍ତି। ସେନାଦ୍ବାରା ଏକ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର୍‌ ଖୋଲାଯାଇଛି।

Tags: