ୱାୟନାଡ଼ ଭୂସ୍ଖଳନକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାପାଇଁ ଦାବି
ନୂଆଦିଲ୍ଲୀ: କେରଳର ୱାୟନାଡ଼ରେ ହୋଇଥିବା ଭୂସ୍ଖଳନରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ଅପେମ ଲୋକେ ଏବେ ବି ନିଖୋଜ ଅଛନ୍ତି। ତେବେ ଏହି ଘଟଣାକୁ ଏକ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାପାଇଁ କଂଗ୍ରେସ ଏବଂ ସିପିଆଇଏମ୍ ଦଳର ସଦସ୍ୟମାନେ ଦାବି କରିଛନ୍ତି। ସିପିଆଇଏମ୍ ସାଂସଦ ଜନ୍ ବ୍ରିଟ୍ଟସ ପ୍ରତିରକ୍ଷା, ଗୃହ ଏବଂ ଅର୍ଥ ମନ୍ତ୍ରାଳୟଠାରୁ ସହଯୋଗ ଲୋଡ଼ିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ୱାୟନାଡ଼ ଭୂସ୍ଖଳନ ଘଟଣା ପାଇଁ ରାଜ୍ୟସଭାରେ ଶୋକ ପ୍ରକାଶ କରିଛନ୍ତି। […]
ନୂଆଦିଲ୍ଲୀ: କେରଳର ୱାୟନାଡ଼ରେ ହୋଇଥିବା ଭୂସ୍ଖଳନରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ଅପେମ ଲୋକେ ଏବେ ବି ନିଖୋଜ ଅଛନ୍ତି। ତେବେ ଏହି ଘଟଣାକୁ ଏକ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାପାଇଁ କଂଗ୍ରେସ ଏବଂ ସିପିଆଇଏମ୍ ଦଳର ସଦସ୍ୟମାନେ ଦାବି କରିଛନ୍ତି। ସିପିଆଇଏମ୍ ସାଂସଦ ଜନ୍ ବ୍ରିଟ୍ଟସ ପ୍ରତିରକ୍ଷା, ଗୃହ ଏବଂ ଅର୍ଥ ମନ୍ତ୍ରାଳୟଠାରୁ ସହଯୋଗ ଲୋଡ଼ିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ୱାୟନାଡ଼ ଭୂସ୍ଖଳନ ଘଟଣା ପାଇଁ ରାଜ୍ୟସଭାରେ ଶୋକ ପ୍ରକାଶ କରିଛନ୍ତି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଉକ୍ତ ଘଟଣାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି। ରାଜ୍ୟସଭାରେ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ସରକାର ୱାୟନାଡ଼ ଭୂସ୍ଖଳନ ଘଟଣାରେ ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ କାମ କରୁଛନ୍ତି। ନଡ୍ଡା କହିଛନ୍ତି, ଏହା କେବଳ କେରଳ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଏକ ଦୁଃଖଦ ଘଟଣା।




