ୱାୟନାଡ଼ରୁ ପ୍ରାର୍ଥିପତ୍ର ଦାଖଲ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି କେରଳର ୱାୟନାଡ଼ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ରାହୁଲ ଆଜି ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ କେରଳରେ ରୋଡସୋ କରିବାପରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ରାହୁଲ କହିଛନ୍ତି, ୱାୟନାଡ଼ ହେଉଛି ମୋର ଘର ଏବଂ ୱାୟନାଡ଼ର ଲୋକମାନେ ହେଉଛନ୍ତି ମୋ ପରିବାର। ୱାୟନାଡ଼ର ଲୋକମାନଙ୍କଠାରୁ ମୁଁ ଗତ ୫ ବର୍ଷ ମଧ୍ୟରେ ଅନେକ କିଛି ଶିଖିଛି ଏବଂ ଅନେକ ସ୍ନେହ ଓ ଭଲପାଇବା […]

Samaya Live Picture
Published On

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି କେରଳର ୱାୟନାଡ଼ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ରାହୁଲ ଆଜି ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ କେରଳରେ ରୋଡସୋ କରିବାପରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ରାହୁଲ କହିଛନ୍ତି, ୱାୟନାଡ଼ ହେଉଛି ମୋର ଘର ଏବଂ ୱାୟନାଡ଼ର ଲୋକମାନେ ହେଉଛନ୍ତି ମୋ ପରିବାର। ୱାୟନାଡ଼ର ଲୋକମାନଙ୍କଠାରୁ ମୁଁ ଗତ ୫ ବର୍ଷ ମଧ୍ୟରେ ଅନେକ କିଛି ଶିଖିଛି ଏବଂ ଅନେକ ସ୍ନେହ ଓ ଭଲପାଇବା ପାଇଛି। ପୁଣିଥରେ ମୁଁ ଅତ୍ୟନ୍ତ ଗର୍ବର ସହ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରୁଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାହୁଲ ଗାନ୍ଧି ହେଉଛନ୍ତି ୱାୟନାଡ଼ ସାଂସଦ। ୨୦୧୯ ନିର୍ବାଚନରେ ସେ ଉକ୍ତ ଆସନରେ ୪ ଲକ୍ଷରୁ ଅଧିକ ଭୋଟରେ ନିର୍ବାଚନ ଜିତିଥିଲେ। ତେବେ ଚଳିତ ନିର୍ବାଚନରେ ରାହୁଲଙ୍କୁ ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନ ଏବଂ ସିପିଆଇ ନେତା ଆନ୍ନି ରାଜାଙ୍କୁ ମୁକାବିଲା କରିବାକୁ ପଡ଼ିବ।

Tags: