ୱାୟନାଡ଼ରୁ ନିର୍ବାଚନ ଲଢ଼ିବେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନରେ ଉପରୋକ୍ତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାଏବରେଲି ଏବଂ କେରଳର ୱାୟନାଡ଼ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। କିନ୍ତୁ ନିୟମ ଅନୁଯାୟୀ ରାହୁଲଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ। ତେଣୁ ରାହୁଲ କେଉଁ ଆସନ ରଖିବେ ଏବଂ କେଉଁ ଆସନ ଛାଡ଼ିବେ ତାକୁ ନେଇ ଚର୍ଚ୍ଚା ଚାଲିଥିବା‌ବେଳେ ଆଜି ଶେଷରେ ଦଳ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ରାହୁଲ ଗାନ୍ଧୀ ଶେଷରେ ୱାୟନାଡ଼ ଆସନକୁ ନିଜ ଭଉଣୀ ପ୍ରିୟଙ୍କା […]

Samaya Live Picture
Published On

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନରେ ଉପରୋକ୍ତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାଏବରେଲି ଏବଂ କେରଳର ୱାୟନାଡ଼ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। କିନ୍ତୁ ନିୟମ ଅନୁଯାୟୀ ରାହୁଲଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ। ତେଣୁ ରାହୁଲ କେଉଁ ଆସନ ରଖିବେ ଏବଂ କେଉଁ ଆସନ ଛାଡ଼ିବେ ତାକୁ ନେଇ ଚର୍ଚ୍ଚା ଚାଲିଥିବା‌ବେଳେ ଆଜି ଶେଷରେ ଦଳ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ରାହୁଲ ଗାନ୍ଧୀ ଶେଷରେ ୱାୟନାଡ଼ ଆସନକୁ ନିଜ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ଫଳରେ ପ୍ରିୟଙ୍କା ୱା‌ୟନାଡ଼ ଆସନରୁ ନିର୍ବାଚନୀ ରାଜନୀତିକୁ ପ୍ରବେଶ କରିବେ। ରାହୁଲ ରାଏବରେଲି ଆସନର ସାଂସଦ ରହିବେ। କଂଗ୍ରେସ ଦଳ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏହି ଘୋଷଣା କରିଛନ୍ତି। ଦଳର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଖଡ଼ଗେ କହିଛନ୍ତି, ରାଏବରେଲି ଆସନ ଦୀର୍ଘବର୍ଷ ଧରି ରାହୁଲ ଏବଂ ତାଙ୍କ ପରିବାରର ଅତି ଘନିଷ୍ଠ ହୋଇଥିବାରୁ ରାହୁଲ ଏହି ଆସନରେ ସାଂସଦ ରହିବେ। ଅନ୍ୟପକ୍ଷେ ୱାୟନାଡ଼ର ଲୋକମାନେ ମଧ୍ୟ ରାହୁଲଙ୍କୁ ବହୁତ ଭଲପାଇବା ଦେଇଛନ୍ତି ଏବଂ ୱାୟନାଡ଼ରେ ମଧ୍ୟ ଲୋକମାନେ ରାହୁଲଙ୍କୁ ସେମାନଙ୍କ ନେତା ଭାବେ ଚାହାନ୍ତି। କିନ୍ତୁ ନିୟମ ଏଥିପାଇଁ ଅନୁମତି ଦେବନି । ତେଣୁ ଆମେ ପ୍ରିୟଙ୍କାଙ୍କୁ ୱାୟନାଡ଼ ଆସନ ଦେବାପାଇଁ ସ୍ଥିର କଲୁ ବୋଲି ଖଡ଼ଗେ କହିଛନ୍ତି। ପ୍ରିୟଙ୍କା ୱାୟନାଡ଼ ଲୋକସଭା ଆସନରେ ଉପନିର୍ବାଚନ ଲଢ଼ିବେ।

Tags: