ୱକଫ୍‌ ବୋର୍ଡରେ ଜାଲିଆତି ମାମଲାରେ ଆପ୍‌ ବିଧାୟକ ଅମାନତୁଲ୍ଲା ଖାନ୍‌ଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଆମ ଆଦ୍‌ମି ପାଟି (ଆପ୍‌)ର ଓଖଲା ବିଧାୟକ ଅମାନତୁଲ୍ଲା ଖାନ୍‌କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ୬ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ୱକଫ୍‌ ବୋର୍ଡରେ ବିଭିନ୍ନ ପଦବିରେ ନିଯୁକ୍ତି ପ୍ରକ୍ରିୟାରେ ଜାଲିଆତି ସହିତ ଏହାର ସଂପତ୍ତି ଲିଜ୍‌ରେ ଦେଇଥିବା ମାମଲାରେ ଏହି ପଦକ୍ଷେପ ନିଆଯାଇଛି। ଏହି ମାମଲାରେ ୧୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା କୁହାଯାଉଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍‌ ଦିଲ୍ଲୀର ଓଖଲା ସ୍ଥିତ ବିଧାୟକ ଖାନ୍‌ଙ୍କ […]

Samaya Live Picture
Published On

ନୂଆଦିଲ୍ଲୀ: ଆମ ଆଦ୍‌ମି ପାଟି (ଆପ୍‌)ର ଓଖଲା ବିଧାୟକ ଅମାନତୁଲ୍ଲା ଖାନ୍‌କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ୬ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ୱକଫ୍‌ ବୋର୍ଡରେ ବିଭିନ୍ନ ପଦବିରେ ନିଯୁକ୍ତି ପ୍ରକ୍ରିୟାରେ ଜାଲିଆତି ସହିତ ଏହାର ସଂପତ୍ତି ଲିଜ୍‌ରେ ଦେଇଥିବା ମାମଲାରେ ଏହି ପଦକ୍ଷେପ ନିଆଯାଇଛି। ଏହି ମାମଲାରେ ୧୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା କୁହାଯାଉଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍‌ ଦିଲ୍ଲୀର ଓଖଲା ସ୍ଥିତ ବିଧାୟକ ଖାନ୍‌ଙ୍କ ବାସ ଭବନରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ସୁରକ୍ଷା ନିମନ୍ତେ ଦିଲ୍ଳୀ ପୁଲିସ ଓ ସିଆର୍‌ପିଏଫ୍‌ ଯବାନ ଉପସ୍ଥିତ ଥିଲେ। ବିଧାୟକ ଖାନ୍‌ଙ୍କୁ ଇଡି ପ୍ରିଭେନ୍‌ସନ ଅଫ୍‌ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ)ର ଧାରାରେ ଗିରଫ କରାଯାଇଛି। ଗିରଫ ପୂର୍ବରୁ ବିଧାୟକ ଖାନ୍‌ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି କହିଥିଲେ ଯେ ଇଡି ତାଙ୍କୁ ଗିରଫ କରିବା ପାଇଁ ଚଢ଼ଉ କରିଛି। ଗତ ଦୁଇ ବର୍ଷ ଧରି ଇଡି ତାଙ୍କୁ ମିଥ୍ୟା ମାମଲାରେ ହଇରାଣ କରୁଛି। ପ୍ରତିଦିନ ତାଙ୍କ ପାଇଁ ଓ ତାଙ୍କ ଦଳ ପାଇଁ କେତେକ ସମସ୍ୟା ସୃଷ୍ଟି କରୁଛି। ସେମାନେ ଆମ ଦଳକୁ ଭାଙ୍ଗିବା ପାଇଁ ଉଦ୍ୟମ କରୁଛନ୍ତି। ଆମେ ଏଥିରେ ଭୟଭୀତ ହେବୁନାହିଁ।

Tags: