ୱକଫ୍‌ ବିଲ୍‌ ସାମାଜିକ ସଦ୍‌ଭାବ ନଷ୍ଟ କରିବାପାଇଁ ଉଦ୍ଦିଷ୍ଟ : ଜୟରାମ ରମେଶ

  ନୂଆଦିଲ୍ଲୀ: ୱକଫ୍‌ ବିଲ୍‌ ସଂଶୋଧନକୁ କଂଗ୍ରେସ ବିରୋଧ କରିଆସୁଛି। ଭାରତରେ ସାମାଜିକ ସଦ୍‌ଭାବକୁ ଭାଙ୍ଗିବା ନି‌ମନ୍ତେ ବିଜେପି ଏଭଳି ରଣନୀତି ଅବଲମ୍ବନ କରୁଛି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ସାଧାରଣ ସଂପାଦକ ଜୟରାମ ରମେଶ ମନ୍ତବ୍ୟ ଦେଇଛନ୍ତି। ଏକ ପ୍ରେସ୍‌ବିବୃତିରେ ଜୟରାମ କହିଛନ୍ତି, ‌ବହୁ ଧାର୍ମିକ ସମାଜର ଶତବର୍ଷର ସମ୍ପର୍କକୁ ଛିନ୍ନ କରିବାକୁ ବିଜେପି ଉଦ୍ୟମ କରୁଛି। ମିଥ୍ୟା ପ୍ରଚାର ଯୋଗେ ସଂଖ୍ୟାଲଘୁଙ୍କୁ ‘ଅସୁର’ ଭଳି ସଜାଇବାକୁ ଓ ସେମାନଙ୍କ ବିରୋଧରେ ନକରାତ୍ମକ ବାତାବରଣ […]

Samaya Live Picture
Published On

 

ନୂଆଦିଲ୍ଲୀ: ୱକଫ୍‌ ବିଲ୍‌ ସଂଶୋଧନକୁ କଂଗ୍ରେସ ବିରୋଧ କରିଆସୁଛି। ଭାରତରେ ସାମାଜିକ ସଦ୍‌ଭାବକୁ ଭାଙ୍ଗିବା ନି‌ମନ୍ତେ ବିଜେପି ଏଭଳି ରଣନୀତି ଅବଲମ୍ବନ କରୁଛି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ସାଧାରଣ ସଂପାଦକ ଜୟରାମ ରମେଶ ମନ୍ତବ୍ୟ ଦେଇଛନ୍ତି। ଏକ ପ୍ରେସ୍‌ବିବୃତିରେ ଜୟରାମ କହିଛନ୍ତି, ‌ବହୁ ଧାର୍ମିକ ସମାଜର ଶତବର୍ଷର ସମ୍ପର୍କକୁ ଛିନ୍ନ କରିବାକୁ ବିଜେପି ଉଦ୍ୟମ କରୁଛି। ମିଥ୍ୟା ପ୍ରଚାର ଯୋଗେ ସଂଖ୍ୟାଲଘୁଙ୍କୁ ‘ଅସୁର’ ଭଳି ସଜାଇବାକୁ ଓ ସେମାନଙ୍କ ବିରୋଧରେ ନକରାତ୍ମକ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଧର୍ମ ନିର୍ବିଶେଷରେ ସମସ୍ତ ନାଗରିକଙ୍କୁ ସମାନ ସୁରକ୍ଷା ଓ ଅଧିକାର ସଂପର୍କିତ ସାମ୍ବିଧାନିକ ନିୟମକୁ ଦୁର୍ବଳ କରିବାକୁ ବିଜେପି ଉଦ୍ୟମ କରୁଛି। ସେ କହିଛନ୍ତି, ୱକଫ୍‌ ବିଲ୍‌ରେ ଅନେକ ଦୋଷତ୍ରୁଟି ରହିଛି। ଏହା ଦ୍ବାରା ସଂଖ୍ୟାଲଘୁ ସମ୍ପ୍ରଦାୟ ସେମାନଙ୍କ ଧାର୍ମିକ ସ୍ଥଳର ପରିଚାଳନାରେ ଅଧିକାର ହରାଇବେ ଏବଂ ଦେଶରେ ଅଶାନ୍ତିର ବାତାବରଣ ସୃଷ୍ଟି ବୋଲି ଜୟରାମ ଅଭିଯୋଗ କରିଛନ୍ତି।

Tags: