ୱକଫ୍‌ ଆଇନ ପ୍ରତ୍ୟାହାର ନହେଲେ ଦେଶବ୍ୟାପୀ ଆନ୍ଦୋଳନ ନେଇ ମୁସଲିମ୍ ସଂଗଠନର ଚେତାବନୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସଂଶୋଧିତ ୱକଫ୍‌ ଆଇନ ବିରୋଧରେ ଅଲ୍‌ ଇଣ୍ଡିଆ ମୁସ୍‌ଲିମ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ଲଢ଼େଇ ଘୋଷଣା କରିଛି। ଆଜି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ସମସ୍ତ ଧାର୍ମିକ, ସମ୍ପ୍ରଦାୟ ଭିତ୍ତିକ ଏବଂ ସାମାଜିକ ସଂଗଠନମାନଙ୍କ ସହ ସମନ୍ୱୟ ରକ୍ଷା କରି ଓ୍ଵକଫ୍ (ସଂଶୋଧନ) ଆଇନ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ଏବଂ ଏହି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ। ସଂସଦରେ ୱକଫ୍ ବିଲକୁ ସମର୍ଥନ […]

ୱକଫ୍‌ ଆଇନ ପ୍ରତ୍ୟାହାର ନହେଲେ ଦେଶବ୍ୟାପୀ ଆନ୍ଦୋଳନ ନେଇ ମୁସଲିମ୍ ସଂଗଠନର ଚେତାବନୀ
Samaya Live Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସଂଶୋଧିତ ୱକଫ୍‌ ଆଇନ ବିରୋଧରେ ଅଲ୍‌ ଇଣ୍ଡିଆ ମୁସ୍‌ଲିମ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ଲଢ଼େଇ ଘୋଷଣା କରିଛି। ଆଜି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ସମସ୍ତ ଧାର୍ମିକ, ସମ୍ପ୍ରଦାୟ ଭିତ୍ତିକ ଏବଂ ସାମାଜିକ ସଂଗଠନମାନଙ୍କ ସହ ସମନ୍ୱୟ ରକ୍ଷା କରି ଓ୍ଵକଫ୍ (ସଂଶୋଧନ) ଆଇନ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ଏବଂ ଏହି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ। ସଂସଦରେ ୱକଫ୍ ବିଲକୁ ସମର୍ଥନ କରିଥିବା ଜେଡିୟୁ, ଟିଡିପି ଏବଂ ଏଲ୍‌ଜେପି (ରାମବିଳାସ) ଭଳି ଏନ୍‌ଡିଏର ସହଯୋଗୀ ଦଳଙ୍କୁ କଡ଼ା ସମାଲୋଚନା କରି ଏଆଇଏମ୍‌ପିଏଲ୍‌ବି କହିଛି ଯେ ବିଜେପିର ସାମ୍ପ୍ରଦାୟିକ ଏଜେଣ୍ଡାକୁ ଏହି ଦଳଗୁଡ଼ିକ ସମର୍ଥନ କରି ସେମାନଙ୍କ ଅଚଲ ଚେହେରା ସାମ୍ନାକୁ ଆଣିଛନ୍ତି। ୱକଫ୍‌ ଆଇନ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ସରକାର ୱକଫ୍‌ ଆଇନରେ ଅତ୍ୟାଚାରମୂଳକ ସଂଶୋଧନ କରିଥିବାରୁ ଏହା ବିରୋଧରେ ଦୃଢ଼ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ବୋର୍ଡ କହିଛି। ଆନ୍ଦୋଳନ ସଂକ୍ରାନ୍ତ ରଣନୀତି ଉପରେ ଗତକାଲି ବୋର୍ଡ୍‌ର ଏକ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ପ୍ରତି ରାଜ୍ୟର ରାଜଧାନୀରେ ମୁସଲମାନ ନେତାମାନେ ପ୍ରତୀକାତ୍ମକ ଭାବେ ଗିରଫ ହେବେ ଏବଂ ଜିଲ୍ଲାସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଦିଲ୍ଲୀ, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ବିଜୟୱାଡା, ମାଲାପୁରମ, ପାଟନା, ରାଞ୍ଚି ଓ ଲକ୍ଷ୍ନୌରେ ବଡ଼ ଧରଣର ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଏକ ବିଶାଳ ଜନସମାବେଶ ସହ ଏହି ଅଭିଯାନ ଆରମ୍ଭ ହେବ ।

Tags: