୯ ବର୍ଷର ପୁରୁଣା ମାମଲାରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଦୋଷମୁକ୍ତ

ନୂଆଦିଲ୍ଲୀ, ୨୬/୩ : ୯ ବର୍ଷର ଏକ ପୁରୁଣା ମାମଲା‌ରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଦୋଷମୁକ୍ତ ହୋଇଛନ୍ତି। ୨୦୧୪ ମସିହାରେ ରେଳ ରୋକ ଘଟଣାରେ ରୁଜୁ ହୋଇଥିବା ଏକ ମାମଲାରେ ମୁଜାଫରପୁରର ସ୍ବତନ୍ତ୍ର ଏମ୍‌ପି -ଏମ୍‌ଏଲଏ କୋର୍ଟ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ,ବୈଶାଳୀ ସାଂସଦ ବୀଣା‌ ଦେବୀ ଏବଂ ୨ ପୂର୍ବତନ ମନ୍ତ୍ରୀଙ୍କ ସମେତ ମୋଟ୍‌ ୨୨ ଜଣଙ୍କୁ ଦୋଷମୁକ୍ତ ହୋଇଛନ୍ତି। ପ୍ରମାଣ ଅଭାବରୁ କୋର୍ଟ ଏମାନଙ୍କୁ ଦୋଷମୁକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ‌ଯେ ବିହାରକୁ ସ୍ବତନ୍ତ୍ର […]

Samaya Live Picture
Published On

ନୂଆଦିଲ୍ଲୀ, ୨୬/୩ : ୯ ବର୍ଷର ଏକ ପୁରୁଣା ମାମଲା‌ରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଦୋଷମୁକ୍ତ ହୋଇଛନ୍ତି। ୨୦୧୪ ମସିହାରେ ରେଳ ରୋକ ଘଟଣାରେ ରୁଜୁ ହୋଇଥିବା ଏକ ମାମଲାରେ ମୁଜାଫରପୁରର ସ୍ବତନ୍ତ୍ର ଏମ୍‌ପି -ଏମ୍‌ଏଲଏ କୋର୍ଟ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ,ବୈଶାଳୀ ସାଂସଦ ବୀଣା‌ ଦେବୀ ଏବଂ ୨ ପୂର୍ବତନ ମନ୍ତ୍ରୀଙ୍କ ସମେତ ମୋଟ୍‌ ୨୨ ଜଣଙ୍କୁ ଦୋଷମୁକ୍ତ ହୋଇଛନ୍ତି। ପ୍ରମାଣ ଅଭାବରୁ କୋର୍ଟ ଏମାନଙ୍କୁ ଦୋଷମୁକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ‌ଯେ ବିହାରକୁ ସ୍ବତନ୍ତ୍ର ଶ୍ରେଣୀ ମାନ୍ୟତା ନଦେବାରୁ ୨୦୧୪ ମାର୍ଚ୍ଚରେ ବିଜେପି ନେତାଙ୍କ ଦ୍ବାରା କଂଗ୍ରେସ ନେତୃତ୍ବାଧୀନ କେନ୍ଦ୍ର ସରକାର ବିରୋଧରେ ରାଜ୍ୟବ୍ୟାପୀ ରେଳରୋକ ଆନ୍ଦୋଳନ ହୋଇଥିଲା। ଏନେଇ ସୋନପୁରରେ ଏକ ମାମଲା ରୁଜୁ ହୋଇଥିଲା। ପରେ ଏହି ମାମଲା ସୋନପୁରରୁ ମୁଜାଫରପୁର କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା।
.

Tags: