୯ ଟିଭି ଚ୍ୟାନେଲର ୧୪ ଟିଭି ଆଙ୍କରଙ୍କ କାର୍ଯ୍ୟକ୍ରମ ବର୍ଜନ କରିବ ଇଣ୍ଡିଆ ମେଣ୍ଟ
ନୂଆଦିଲ୍ଲୀ: ବିରୋଧୀ ଇଣ୍ଡିଆ ମେଣ୍ଟ ଗୁରୁବାର ଦିନ ଘୋଷଣା କରିଛି ଯେ ଏହା ପ୍ରମୁଖ ୯ଟି ଟିଭି ଚ୍ୟାନେଲର ୧୪ ଜଣ ଟିଭି ଆଙ୍କରଙ୍କ କାର୍ଯ୍ୟକ୍ରମକୁ ବର୍ଜନ କରିବ। ଇଣ୍ଡିଆ ମେଣ୍ଟର ଗଣମାଧ୍ୟମ କମିଟି ୧୪ ଜଣ ସାମ୍ବାଦିକମାନଙ୍କର କାର୍ଯ୍ୟକ୍ରମକୁ ବର୍ଜନ କରିବା ସହ ସେମାନଙ୍କ ଦ୍ବାରା ବିଭିନ୍ନ ଚ୍ୟାନେଲ ଓ ମଞ୍ଚରେ ହେଉଥିବା ଆଲୋଚନା କାର୍ଯ୍ୟକ୍ରମକୁ ସେମାନଙ୍କ ପ୍ରତିନିଧି ନ ପଠାଇବାପାଇଁ ନିଷ୍ପତ୍ତି ନେଇଛି। ଗତକାଲି ହୋଇଥିବା ଇଣ୍ଡିଆ ମେଣ୍ଟର ପ୍ରଥମ ସମନ୍ବୟ କମିଟି ବୈଠକରେ […]
ନୂଆଦିଲ୍ଲୀ: ବିରୋଧୀ ଇଣ୍ଡିଆ ମେଣ୍ଟ ଗୁରୁବାର ଦିନ ଘୋଷଣା କରିଛି ଯେ ଏହା ପ୍ରମୁଖ ୯ଟି ଟିଭି ଚ୍ୟାନେଲର ୧୪ ଜଣ ଟିଭି ଆଙ୍କରଙ୍କ କାର୍ଯ୍ୟକ୍ରମକୁ ବର୍ଜନ କରିବ। ଇଣ୍ଡିଆ ମେଣ୍ଟର ଗଣମାଧ୍ୟମ କମିଟି ୧୪ ଜଣ ସାମ୍ବାଦିକମାନଙ୍କର କାର୍ଯ୍ୟକ୍ରମକୁ ବର୍ଜନ କରିବା ସହ ସେମାନଙ୍କ ଦ୍ବାରା ବିଭିନ୍ନ ଚ୍ୟାନେଲ ଓ ମଞ୍ଚରେ ହେଉଥିବା ଆଲୋଚନା କାର୍ଯ୍ୟକ୍ରମକୁ ସେମାନଙ୍କ ପ୍ରତିନିଧି ନ ପଠାଇବାପାଇଁ ନିଷ୍ପତ୍ତି ନେଇଛି। ଗତକାଲି ହୋଇଥିବା ଇଣ୍ଡିଆ ମେଣ୍ଟର ପ୍ରଥମ ସମନ୍ବୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୧୪ ଟିଭି ଆଙ୍କରଙ୍କ ନାଁର ଏକ ତାଲିକା ମଧ୍ୟ ଜାରି କରାଯାଇଛି। ଆପ୍ ଏହାର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ୍ରେ ୯ ପ୍ରମୁଖ ଟିଭି ନ୍ୟୁଜ୍ ଚ୍ୟାନେଲର ଉକ୍ତ ଆଙ୍କରମାନଙ୍କ ତାଲିକା ଜାରି କରିଛି। ଆପ୍ ଜାରି କରିଥିବା ତାଲିକାରେ ରହିଛନ୍ତି ନ୍ୟୁଜ୍ ୧୮ର ଅମନ ଚୋପ୍ରା, ଅମିଷ ଦେବଗନ ଏବଂ ଆନନ୍ଦ ନରସିଂହ। ଭାରତ ଏକ୍ସପ୍ରେସର ଆଦିତି ତ୍ୟାଗି, ଡିଡି ନ୍ୟୁଜ୍ର ଅଶୋକ ଶ୍ରୀବାସ୍ତବ, ଆଜ୍ତକର ସୁଧୀର ଚୌଧୁରୀ, ଚିତ୍ରା ତ୍ରିପାଠୀ, ଭାରତ୨୪ର ରୁବିକା ଲିୟାକତ, ଇଣ୍ଡିଆ ଟୁଡେ’ର ଗୌରବ ସାୱନ୍ତ ଏବଂ ଶିବ ଅରୁର୍ , ଇଣ୍ଡିଆ ଟିଭିର ପ୍ରାଚୀ ପରାଶର, ଟାଇମ୍ସ ନାଓ ନବଭାରତର ନବିକା କୁମାର ଏବଂ ସୁଶାନ୍ତ ସିହ୍ନା, ରିପବ୍ଲିକ ଭାରତର ଅର୍ନବ ଗୋସ୍ବାମୀ।
ଉକ୍ତ ପ୍ରସଙ୍ଗରେ ବିଜେପି ମୁଖ୍ୟ ଜେପି ନଡ୍ଡା ଆଜି ବିରୋଧୀ ଇଣ୍ଡିଆ ମେଣ୍ଟକୁ ଘେରିଛନ୍ତି। ବିରୋଧୀ ଇଣ୍ଡିଆ ମେଣ୍ଟ ଗଣମାଧ୍ୟମ ଏବଂ ସାମ୍ବାଦିକମାନଙ୍କୁ ଧମକାଉଛି ବୋଲି ସେ କହିଛନ୍ତି। ନଡ୍ଡା ମଧ୍ୟ ଏକ୍ସରେ ଏକ ପୋଷ୍ଟ୍ କରି କଂଗ୍ରେସ ଉପରେ ବର୍ଷିଛନ୍ତି। ନଡ୍ଡା କହିଛନ୍ତି, କଂଗ୍ରେସ ଭିନ୍ନ ମତ ରଖୁଥିବା ଲୋକଙ୍କୁ ନିରବ କରିବାର ପୂର୍ବରୁ ଅନେକ ଉଦାହରଣ ରହିଛି।




