୯ମାସ ପରେ ପୃଥିବୀକୁ ଫେରୁଛନ୍ତି ସୁନୀତା ୱିଲିୟମ୍ସ

ୱାସିଂଟନ : ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ଦୀର୍ଘ ୯ ମାସରୁ ଅଧିକ ସମୟ ଧରି ଅଟକି ରହିଥିବା ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର ଶେଷରେ ମହାକାଶକୁ ଗୁଡବାଏ କହି ପୃଥିବୀ ପୃଷ୍ଠରେ ଅବତରଣ କରିବାକୁ ଯାଉଛନ୍ତି।   ୱିଲିୟମ୍ସ ଓ ୱିଲ୍ମୋର  ଆଜି ପୂର୍ବାହ୍ନ ୧୦ଟା ୩୫ ମିନିଟ୍‌ରେ ଆଇଏସ୍ଏସ୍‌ରୁ ବାହାରିଛନ୍ତି। ସେମାନେ ଭାରତୀୟ ସମୟ ବୁଧବାର ଭୋର ୩ଟା ୨୭ ମିନିଟ୍‌ରେ ଫ୍ଲୋରିଡା ଉପକୂଳରେ ଅବତରଣ କରିବାର ଯୋଜନା ରହିଛି।  ମହାକାଶ […]

Samaya Live Picture
Published On

ୱାସିଂଟନ : ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ଦୀର୍ଘ ୯ ମାସରୁ ଅଧିକ ସମୟ ଧରି ଅଟକି ରହିଥିବା ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର ଶେଷରେ ମହାକାଶକୁ ଗୁଡବାଏ କହି ପୃଥିବୀ ପୃଷ୍ଠରେ ଅବତରଣ କରିବାକୁ ଯାଉଛନ୍ତି।   ୱିଲିୟମ୍ସ ଓ ୱିଲ୍ମୋର  ଆଜି ପୂର୍ବାହ୍ନ ୧୦ଟା ୩୫ ମିନିଟ୍‌ରେ ଆଇଏସ୍ଏସ୍‌ରୁ ବାହାରିଛନ୍ତି। ସେମାନେ ଭାରତୀୟ ସମୟ ବୁଧବାର ଭୋର ୩ଟା ୨୭ ମିନିଟ୍‌ରେ ଫ୍ଲୋରିଡା ଉପକୂଳରେ ଅବତରଣ କରିବାର ଯୋଜନା ରହିଛି।  ମହାକାଶ କେନ୍ଦ୍ରରୁ ବାହାରି ପୃଥିବୀରେ ପହଞ୍ଚିବା ଲାଗି ପ୍ରାୟ ୧୭ ଘଣ୍ଟା ସମୟ ଲାଗିବ। ନାସା ସମଗ୍ର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାର ସିଧା ପ୍ରସାରଣ ତାହାର ଟିଭି, ଅଫିସିଆଲ ୱେବସାଇଟ୍ ଓ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଜରିଆରେ କରିବ। ‌ମହାକାଶଚାରୀମାନେ ଫ୍ଲୋରିଡା ସମୁଦ୍ର ଉପକୂ‌ଳରେ ଅବତରଣ କରିବେ। ସଂପ୍ରତି ସେମାନଙ୍କ ପ୍ରତ୍ୟାବର୍ତ୍ତନ ସମୟ ବୁଧବାରକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଅନୁକୂଳ ପାଗକୁ ଦେଖି ଅବତରଣ ଆଗୁଆ କରିବା ପାଇଁ ନାସା ନିଷ୍ପତ୍ତି ନେଇଛି। ଫ୍ଲୋରିଡାରେ ଅବତରଣ କରିବା ପରେ ମହାକାଶଚାରୀମାନଙ୍କୁ ନାସାର ଜନସନ ସ୍ପେସ୍‌ ସେଣ୍ଟରକୁ ନିଆଯିବ। ଏହି ସେଣ୍ଟର ଟେକ୍ସାସର ହ୍ୟୁଷ୍ଟନରେ ରହିଛି। ସେଠାରେ ସେମାନଙ୍କର ଡାକ୍ତରୀ ପରୀକ୍ଷାନିରୀକ୍ଷା କରାଯିବ। ଏହାପରେ ରିକଭରି ପ୍ରୋଟୋକଲ ଅନୁସାରେ ସେମାନେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସହ ଖାପ ଖୁଆଇବେ। ପରବର୍ତ୍ତୀ ସମୟରେ ସେମାନେ ମହାକାଶ କେନ୍ଦ୍ରରେ ଦୀର୍ଘଦିନ ରହଣିର ଅନୁଭୂତି ସଂପର୍କରେ ବଖାଣିବେ। ଉଲ୍ଲେଖଯୋଗ୍ୟ, ସେମାନଙ୍କୁ ସୁରକ୍ଷିତ ଭାବେ ପୃଥିବୀକୁ ଆଣିବା ଲାଗି ନାସା ପକ୍ଷରୁ ସ୍ପେସଏକ୍ସ କ୍ରୁ-୧୦ ମାର୍ଚ୍ଚ ୧୫ ତାରିଖରେ ପଠାଯାଇଥିଲା। ଫାଲକନ ୯ ରକେଟ୍‌ ଜରିଆରେ କ୍ରୁ ଡ୍ରାଗନ କ୍ୟାପସୁଲକୁ ପଠାଯାଇଛି। ମାର୍ଚ୍ଚ ୧୭ ତାରିଖରେ କ୍ରୁ-୧୦ ମହାକାଶ ଯାନ ଆଇଏସ୍‌ଏସ୍‌କୁ ସଫଳତାର ସହିତ ଡକିଂ କରାଯାଇଛି।

 

Tags: