୮ ମାସ ପରେ ସ୍ବୀକାର କଲା ବିଦେଶ ମନ୍ତ୍ରାଳୟ, ଭାରତ-ଚୀନ କୂଟନୈତିକ ସଂପର୍କ ସ୍ବାଭାବିକ ପାଇଁ ମୋଦୀ-ଜିନପିଙ୍ଗ ସହମତ
ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିଠାରେ ଜି-୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ଙ୍କ ମଧ୍ୟରେ ସାକ୍ଷାତ କେବଳ ସୌଜନ୍ୟମୂଳକ ନଥିଲା ବରଂ ଉଭୟ ନେତା ଦ୍ବିପାକ୍ଷିକ ସଂପର୍କକୁ ସ୍ବାଭାବିକ କରିବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚୀନ ପକ୍ଷରୁ ଏନେଇ ଖୁଲାସା କରାଯିବାର ଦୁଇଦିନ ପରେ ଭାରତର ବିଦେଶ ବ୍ୟାପାର ମନ୍ତ୍ରାଳୟ ଏହା କହିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ […]
ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିଠାରେ ଜି-୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ଙ୍କ ମଧ୍ୟରେ ସାକ୍ଷାତ କେବଳ ସୌଜନ୍ୟମୂଳକ ନଥିଲା ବରଂ ଉଭୟ ନେତା ଦ୍ବିପାକ୍ଷିକ ସଂପର୍କକୁ ସ୍ବାଭାବିକ କରିବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚୀନ ପକ୍ଷରୁ ଏନେଇ ଖୁଲାସା କରାଯିବାର ଦୁଇଦିନ ପରେ ଭାରତର ବିଦେଶ ବ୍ୟାପାର ମନ୍ତ୍ରାଳୟ ଏହା କହିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚି କହିଛନ୍ତି, ଗତବର୍ଷ ବାଲିଠାରେ ଜି୨୦ ସମ୍ମିଳନୀ ଅବସରରେ ମୋଦୀ ଓ ଜିନପିଙ୍ଗଙ୍କ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କରେ ସ୍ଥିରତା ଆଣିବାର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା। ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ଦ୍ବାରା ନୈଶଭୋଜି ସମୟରେ ଏହି ଆଲୋଚନା ହୋଇଥିଲା। ଭାରତ-ଚୀନ ସୀମାର ୱେଷ୍ଟର୍ଣ୍ଣ ସେକ୍ଟରରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଥିବା ସମସ୍ୟାର ସମାଧାନ କରିବା ଲାଗି ଆମେ ନିରନ୍ତର ଉଦ୍ୟମ ଚଳାଇଛୁ। ସାମଗ୍ରିକ ସମାଧାନ ପାଇଁ ସୀମାରେ ଶାନ୍ତି ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି।




