୮ କୋଟି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭୟ ସୃଷ୍ଟି ନକରିବାପାଇଁ କୁମ୍ଭ ଦଳାଚକଟା ବେଶୀ ପ୍ରଘଟ କରାଯାଇନି

ଲକ୍ଷ୍ନୌ  : ପ୍ରୟାଗରାଜର ମହାକୁମ୍ଭମେଳାରେ ଜାନୁଆରି ୨୯ ତାରିଖରେ ହୋଇଥିବା ଦଳାଚକଟା ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟିପ୍ପଣୀ ରଖିଛନ୍ତି। ଲକ୍ଷ୍ନୌରେ ଆଇଆଇଏମ୍‌ (ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ୍‌) ଏବଂ ଭାରତୀୟ ଡାକ ସେବା ଅଧିକାରୀଙ୍କର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ଅବସରରେ ଯୋଗୀ କହିଛନ୍ତି, ଆମେ ୨୯ ତାରିଖରେ ହୋଇଥିବା ଦଳାଚକଟା ଘଟଣାକୁ ବେଶୀ ପ୍ରଘଟ କରିନାହୁଁ କାରଣ ସେ ସମୟରେ ପ୍ରୟାଗରାଜରେ ଉପସ୍ଥିତ ଥିବା ୮ କୋଟି ଶ୍ରଦ୍ଧାଳୁ ଏବଂ ସାଧୁଙ୍କ ମଧ୍ୟରେ […]

Samaya Live Picture
Published On

ଲକ୍ଷ୍ନୌ  : ପ୍ରୟାଗରାଜର ମହାକୁମ୍ଭମେଳାରେ ଜାନୁଆରି ୨୯ ତାରିଖରେ ହୋଇଥିବା ଦଳାଚକଟା ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟିପ୍ପଣୀ ରଖିଛନ୍ତି। ଲକ୍ଷ୍ନୌରେ ଆଇଆଇଏମ୍‌ (ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ୍‌) ଏବଂ ଭାରତୀୟ ଡାକ ସେବା ଅଧିକାରୀଙ୍କର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ଅବସରରେ ଯୋଗୀ କହିଛନ୍ତି, ଆମେ ୨୯ ତାରିଖରେ ହୋଇଥିବା ଦଳାଚକଟା ଘଟଣାକୁ ବେଶୀ ପ୍ରଘଟ କରିନାହୁଁ କାରଣ ସେ ସମୟରେ ପ୍ରୟାଗରାଜରେ ଉପସ୍ଥିତ ଥିବା ୮ କୋଟି ଶ୍ରଦ୍ଧାଳୁ ଏବଂ ସାଧୁଙ୍କ ମଧ୍ୟରେ ଭୟ ସୃଷ୍ଟି ନକରିବାପାଇଁ ଆମେ ଏମିତି କରିଥିଲୁ। ଭୟ ପରିସ୍ଥିତିକୁ ଅଧିକ ବିଗାଡ଼ି ଦେଇଥାନ୍ତା। ଏଥିପାଇଁ ଏହି ଖବର ବେଶୀ ପ୍ରଘଟ କରାଯାଇନି ବୋଲି ଯୋଗୀ କହିଛନ୍ତି। ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପାଇଁ ଏମିତି କରାଯାଇଥିଲା। ପରିସ୍ଥିତିକୁ ଉତ୍ତରପ୍ରଦେଶ ସରକାର ଅତ୍ୟନ୍ତ ଭଲଭାବେ ନିୟନ୍ତ୍ରଣ କରିନେଇଥିଲେ ଏବଂ ପୀଡ଼ିତଙ୍କୁ ସଠିକ୍‌ ଚିକିତ୍ସା ଯୋଗାଇ ଦିଆଯାଇଛି ବୋଲି ଯୋଗୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦଳାଚକଟାରେ ୩୦ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୬୦ ଜଣ ଆହତ ହୋଇଥିଲେ।

Tags: