୮ କୋଟି ଟଙ୍କାର ସମ୍ପତ୍ତି ହଡ଼ପ ନିମନ୍ତେ ସ୍ବାମୀକୁ ହତ୍ୟା କଲେ ପତ୍ନୀ ଓ ବନ୍ଧୁ
ବେଙ୍ଗାଲୁରୁ: ଅକ୍ଟୋବର ୮ ତାରିଖରେ ତେଲେଙ୍ଗାନାର ଜଣେ ଧନୀ ବ୍ୟବସାୟୀଙ୍କ ଦଗ୍ଦୀଭୂତ ମୃତଦେହ କର୍ଣ୍ଣାଟକର କୋଡ଼ାଗୁ କଫି ଇଷ୍ଟେଟ୍ରୁ ମିଳିଥିଲା। ଏହି ଘଟଣାରେ ପୁଲିସ ମୃତ ବ୍ୟବସାୟୀଙ୍କ ପତ୍ନୀ ଓ ଅନ୍ୟ ଦୁଇଜଣ ପୁରୁଷ ସହଯୋଗୀଙ୍କୁ ଗିରଫ କରିଛି। ସୂଚନାନୁସାରେ, ଜାତୀୟ ରାଜପଥ ଠାରୁ ମାତ୍ର ୧ କିମି ଦୂର କୋଡ଼ାଗୁ କଫି ଇଷ୍ଟେଟ୍ରେ ରମେଶ (୫୪)ଙ୍କ ମୃତଦେହକୁ ବେଙ୍ଗାଲୁରୁ ପୁଲିସ ଉଦ୍ଧାର କରିଥିଲା। ତଦନ୍ତ ନିମନ୍ତେ ୧୬ଜଣ ପୁଲିସ ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ […]
ବେଙ୍ଗାଲୁରୁ: ଅକ୍ଟୋବର ୮ ତାରିଖରେ ତେଲେଙ୍ଗାନାର ଜଣେ ଧନୀ ବ୍ୟବସାୟୀଙ୍କ ଦଗ୍ଦୀଭୂତ ମୃତଦେହ କର୍ଣ୍ଣାଟକର କୋଡ଼ାଗୁ କଫି ଇଷ୍ଟେଟ୍ରୁ ମିଳିଥିଲା। ଏହି ଘଟଣାରେ ପୁଲିସ ମୃତ ବ୍ୟବସାୟୀଙ୍କ ପତ୍ନୀ ଓ ଅନ୍ୟ ଦୁଇଜଣ ପୁରୁଷ ସହଯୋଗୀଙ୍କୁ ଗିରଫ କରିଛି। ସୂଚନାନୁସାରେ, ଜାତୀୟ ରାଜପଥ ଠାରୁ ମାତ୍ର ୧ କିମି ଦୂର କୋଡ଼ାଗୁ କଫି ଇଷ୍ଟେଟ୍ରେ ରମେଶ (୫୪)ଙ୍କ ମୃତଦେହକୁ ବେଙ୍ଗାଲୁରୁ ପୁଲିସ ଉଦ୍ଧାର କରିଥିଲା। ତଦନ୍ତ ନିମନ୍ତେ ୧୬ଜଣ ପୁଲିସ ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଶତାଧିକ ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯାଇଥିଲା। ଏହା ସହ ମାଡିକେରି, ସୁନିତିକୋପ୍ପା, କୁଶଳନଗର, ମାଧପୁର ଆଦି ଅଞ୍ଚଳକୁ ଯୋଗାଯୋଗ କରୁଥିବା ସମସ୍ତ ରାସ୍ତାରେ ଚଳପ୍ରଚଳ କରିଥିବା ଯାନବାହାନର ଟ୍ରାକିଂ କରାଯାଇଥିଲା। ଶେଷରେ ରମେଶଙ୍କ ନିଖୋଜ ବେଞ୍ଜ୍ କାର୍କୁ ଠାବ କରାଯାଇଥିଲା। କାର୍ର ଠିକଣା ଆଧାରରେ ରମେଶଙ୍କ ନିକଟ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରାଯାଇଥିଲା। ଅନୁସନ୍ଧାନରେ ରମେଶଙ୍କ ପତ୍ନୀ ନିହାରିକା(୨୯), ତାଙ୍କ ସହଯୋଗୀ ତଥା ପଶୁଡାକ୍ତର ନିଖିଳ ଓ ବନ୍ଧୁ ଅଙ୍କୁର ରାଣାଙ୍କ ଉପରେ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ସେମାନଙ୍କୁ ଆଣି ପଚରାଉଚରା କରିବାରେ ସେମାନେ ନିଜର ଦୋଷ ସ୍ବୀକାର କରିଥିଲେ। ସୂଚନାନୁସାରେ, ଅତି କମ୍ ବୟସରୁ ନିହାରିକାଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ତାଙ୍କ ମା’ ଦ୍ବିତୀୟ ବିବାହ କରିଥିଲେ। ନିହାରିକାଙ୍କୁ ମଧ୍ୟ କମ୍ ବୟସରୁ ବିବାହ କରିଦିଆଯାଇଥିଲା। ପରେ ନିଜର ସ୍ବାମୀ ସହ ବିବାଦରୁ ଛାଡ଼ପତ୍ର ନେଇ ଅଲଗା ରହୁଥିଲେ। ସେ ନିଜର ଚେଷ୍ଟା ବଳରେ ଇଂଜିନିୟରିଂ ଭଳି ପାଠ ପଢ଼ି ଅନେକ କମ୍ପାନୀରେ ଭଲ ଦରମାରେ ଚାକିରି ମଧ୍ୟ କରିଥିଲେ। ହରିୟାଣାରେ କାମ କରିବା ବେଳେ ନିହାରିକା ଅପରାଧିକ ଜଗତରେ ପାଦ ଥାପିଥିଲେ। ସେଠାରୁ ସେ ବେଙ୍ଗାଲୁରୁ ଫେରି ୨୦୧୮ରେ ରମେଶଙ୍କୁ ବିବାହ କରିଥିଲେ। ତେବେ କିଛି ଦିନ ପୂର୍ବେ ସେ ରମେଶଙ୍କୁ ୮ କୋଟି ଟଙ୍କା ଦାବି କରିଥିଲେ। ଏହାକୁ ନେଇ ରମେଶ ଓ ନିହାରିକାଙ୍କ ମଧ୍ୟରେ ବିବାଦ ହୋଇଥିଲା। ଶେଷରେ ନିହାରିକା ନିଜର ବନ୍ଧୁଙ୍କୁ ନେଇ ସ୍ବାମୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ଅକ୍ଟୋବର ୧ରେ ହାଇଦ୍ରାବାଦରେ ରମେଶଙ୍କୁ ହତ୍ୟା କରିବା ପରେ ମୃତଦେହକୁ ୮୪୦ କିମି ଦୂର କୋଡୁଗୁ କଫି ଇଷ୍ଟେଟ୍କୁ ଆଣି ପୋଡ଼ି ଦେଇଥିଲେ।




