୮୫ ବର୍ଷରେ ସବୁଠୁ ଉତ୍ତପ୍ତ ସେପ୍ଟେମ୍ବର ଦେଖିଲା ଦିଲ୍ଲୀ

ନୂଆଦିଲ୍ଲୀ : ଦୀର୍ଘ ୪୫ ବର୍ଷ ମଧ୍ୟରେ ଦିଲ୍ଲୀ ସବୁଠାରୁ ଉତ୍ତପ୍ତ ସେପ୍ଟେମ୍ବର ଦେଖିଛି। ସେପ୍ଟେମ୍ବର ୪ରେ ଦିଲ୍ଲୀ ତାପମାତ୍ରା ୪୦.୧ ଡିଗ୍ରି ସେଲସିୟସ ସହ ଦୀର୍ଘ ୮୫ ବର୍ଷ ମଧ୍ୟରେ ଏହା ଦିଲ୍ଲୀରେ ସବୁଠାରୁ ଉତ୍ତପ୍ତ ସେପ୍ଟେମ୍ବର ବିବେଚିତ ହୋଇଛି। ଦିଲ୍ଲୀରେ ସୋମବାର ଦିନ ସଫଦରଜଙ୍ଗ‌ରେ ସର୍ବାଧିକ ୪୦.୧ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଏହା ୮୫ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ୧୯୩୮ ସେପ୍ଟେମ୍ବର ୧୬‌ରେ ଶେଷ ଥର ପାଇଁ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା […]

Samaya Live Picture
Published On

ନୂଆଦିଲ୍ଲୀ : ଦୀର୍ଘ ୪୫ ବର୍ଷ ମଧ୍ୟରେ ଦିଲ୍ଲୀ ସବୁଠାରୁ ଉତ୍ତପ୍ତ ସେପ୍ଟେମ୍ବର ଦେଖିଛି। ସେପ୍ଟେମ୍ବର ୪ରେ ଦିଲ୍ଲୀ ତାପମାତ୍ରା ୪୦.୧ ଡିଗ୍ରି ସେଲସିୟସ ସହ ଦୀର୍ଘ ୮୫ ବର୍ଷ ମଧ୍ୟରେ ଏହା ଦିଲ୍ଲୀରେ ସବୁଠାରୁ ଉତ୍ତପ୍ତ ସେପ୍ଟେମ୍ବର ବିବେଚିତ ହୋଇଛି। ଦିଲ୍ଲୀରେ ସୋମବାର ଦିନ ସଫଦରଜଙ୍ଗ‌ରେ ସର୍ବାଧିକ ୪୦.୧ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଏହା ୮୫ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ୧୯୩୮ ସେପ୍ଟେମ୍ବର ୧୬‌ରେ ଶେଷ ଥର ପାଇଁ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୪୦.୬ ଡିଗ୍ରି ଥିଲା। ବର୍ଷା ଅଭାବ ଏବଂ ଦୁର୍ବଳ ମୌସୁମୀ ସ୍ଥିତି ପାଇଁ ତାପମାତ୍ରା ଅଧିକ ରହୁଛି ବୋଲି ପାଣିପାଗ ବିଭାଗ କହୁଛି। ଅଗଷ୍ଟ ମାସ‌ରେ ଦିଲ୍ଲୀରେ ସବୁଠାରୁ ଅଧିକ ବର୍ଷା ହୁଏ। କିନ୍ତୁ ଅଗଷ୍ଟରେ ଦିଲ୍ଲୀରେ ୬୧ ପ୍ରତିଶତ କମ୍‌ ବର୍ଷା ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଦେଶରେ ଚଳିତ ବର୍ଷ ଅଗଷ୍ଟରେ ସର୍ବାଧିକ ହାରାହାରି ତାପମାତ୍ରା ରେକର୍ଡ ହୋଇଛି। ଚଳିତ ବର୍ଷର ଅଗଷ୍ଟ ସବୁଠାରୁ ଶୁଷ୍କ ହୋଇଛି।

Tags: