୮୦୦ କିଲୋଗ୍ରାମ ବାଜରାରେ ମୋଦୀଙ୍କ ଫଟୋ ତିଆରି କରି ରେକର୍ଡ କଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରେସଲି
ଚେନ୍ନାଇ: ଜଣେ ୧୩ ବର୍ଷର ଝିଅ ଚମତ୍କାର କଳା ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ତିଆରି କରି ସେ ନିଜ ନାମରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଝିଅର ନାମ ପ୍ରେସଲି ଶେକିନା। ୮୦୦ କିଲୋଗ୍ରାମ ବାଜରା ବ୍ୟବହାର କରି ଶେକିନା ବିଶ୍ୱର ସର୍ବବୃହତ ଫଟୋ ପ୍ରସ୍ତୁତ କରି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଜନ୍ମଦିନ ପୂର୍ବରୁ ପିଏମ ମୋଦୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଶେକିନା ଏହି […]
ଚେନ୍ନାଇ: ଜଣେ ୧୩ ବର୍ଷର ଝିଅ ଚମତ୍କାର କଳା ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ତିଆରି କରି ସେ ନିଜ ନାମରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଝିଅର ନାମ ପ୍ରେସଲି ଶେକିନା। ୮୦୦ କିଲୋଗ୍ରାମ ବାଜରା ବ୍ୟବହାର କରି ଶେକିନା ବିଶ୍ୱର ସର୍ବବୃହତ ଫଟୋ ପ୍ରସ୍ତୁତ କରି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଜନ୍ମଦିନ ପୂର୍ବରୁ ପିଏମ ମୋଦୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଶେକିନା ଏହି ଫଟୋ କରିଛନ୍ତି। ଏଥିପାଇଁ ତାଙ୍କୁ ୧୨ ଘଣ୍ଟା ନିରନ୍ତର କାର୍ଯ୍ୟ କରିବାକୁ ପଡିଥିଲା। ଚେନ୍ନାଇର କୋଲାପକ୍କାମ ଅଞ୍ଚଳରେ ରହୁଥିବା ପ୍ରତାପ ସେଲଭାମ ଏବଂ ସାଙ୍କିରାନୀଙ୍କ ଝିଅ ହେଉଛନ୍ତି ଶେକିନା। ପ୍ରେସଲି ଶେକିନା ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି। ଶେକିନା ୮୦୦ କିଲୋଗ୍ରାମ ବାଜରା ବ୍ୟବହାର କରି ୬୦୦ ବର୍ଗଫୁଟର ପିଏମ ମୋଦୀଙ୍କ ଏକ ବିରାଟ ଫଟୋ କରିଛନ୍ତି। ଶେକିନା ସକାଳ ସାଢ଼େ ୮ଟାରେ କାମ ଆରମ୍ଭ କରି ରାତି ସାଢ଼େ ୮ଟାରେ ଏହା ଶେଷ କରିଥିଲେ। ଏଥିପାଇଁ ତାଙ୍କୁ ସମ୍ମାନିତ କରାଯାଇଛି । ତାଙ୍କ ନାମ ୟୁନିକୋ ୱାର୍ଲ୍ଡ ରେକର୍ଡରେ ପଞ୍ଜିକୃତ ହୋଇଛି। ୟୁନିକୋ ୱାର୍ଲ୍ଡ ରେକର୍ଡସ ପ୍ରେସଲି ଶେକିନାଙ୍କୁ ଏକ ବିଶ୍ୱ ରେକର୍ଡ ପ୍ରମାଣପତ୍ର ଏବଂ ପଦକ ପ୍ରଦାନ କରିଛନ୍ତି। ନିଜର ଅନନ୍ୟ ରେକର୍ଡ ପାଇଁ ଶେକିନାଙ୍କୁ ସବୁ ମହଲରୁ ପ୍ରଶଂସା କରାଯାଉଛି। ବିଦ୍ୟାଳୟରେ ତାଙ୍କୁ ବହୁତ ପ୍ରଶଂସା କରାଯାଉଛି।




