୮ଟି ନ୍ୟାସନାଲ ହାଇସ୍ପିଡ ରୋଡ୍‌ କରିଡରକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ: ଦେଶର ୮ଟି ଗୁରୁତ୍ବପୂର୍ଣ୍ଣ ନ୍ୟାସନାଲ ହାଇସ୍ପିଡ୍ ରୋଡ୍‌ ପ୍ରୋଜେକ୍ଟକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛି। ୯୩୬ କିଲୋମିଟରର ଏହି ସଡ଼କ ପ୍ରକଳ୍ପ ପାଇଁ ୫୦,୬୫୫ କୋଟି ବ୍ୟୟ ହେବ। ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ପୁଣେ ନିକଟରେ ୮ ଲେନ୍‌ ବିଶିଷ୍ଟ ନାସିକ ଫାଟା-ଖେଡ଼ କରିଡର ରହିଛି। ଏହି କରିଡ଼ରର ଲମ୍ବ ୩୦ କିଲୋମିଟର। ୭୮୨୭ କୋଟି ଟଙ୍କା ବ୍ୟୟରେ ବିଓଟି ଭିତ୍ତିରେ ଏହାର ନିର୍ମାଣ କରାଯିବ। ଦ୍ବିତୀୟ ପ୍ରକଳ୍ପଟି ହେଲା ୬ ଲେନ୍‌ ବିଶିଷ୍ଟ ଆଗ୍ରା-ଗ୍ବାଲିୟର […]

Samaya Live Picture
Published On

ନୂଆଦିଲ୍ଲୀ: ଦେଶର ୮ଟି ଗୁରୁତ୍ବପୂର୍ଣ୍ଣ ନ୍ୟାସନାଲ ହାଇସ୍ପିଡ୍ ରୋଡ୍‌ ପ୍ରୋଜେକ୍ଟକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛି। ୯୩୬ କିଲୋମିଟରର ଏହି ସଡ଼କ ପ୍ରକଳ୍ପ ପାଇଁ ୫୦,୬୫୫ କୋଟି ବ୍ୟୟ ହେବ। ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ପୁଣେ ନିକଟରେ ୮ ଲେନ୍‌ ବିଶିଷ୍ଟ ନାସିକ ଫାଟା-ଖେଡ଼ କରିଡର ରହିଛି। ଏହି କରିଡ଼ରର ଲମ୍ବ ୩୦ କିଲୋମିଟର। ୭୮୨୭ କୋଟି ଟଙ୍କା ବ୍ୟୟରେ ବିଓଟି ଭିତ୍ତିରେ ଏହାର ନିର୍ମାଣ କରାଯିବ। ଦ୍ବିତୀୟ ପ୍ରକଳ୍ପଟି ହେଲା ୬ ଲେନ୍‌ ବିଶିଷ୍ଟ ଆଗ୍ରା-ଗ୍ବାଲିୟର ନ୍ୟାସନାଲ ହାଇସ୍ପିଡ କରିଡର। ଆଗ୍ରା ଓ ଗ୍ବାଲିୟର ମଧ୍ୟରେ ଏହା ଯାତ୍ରା ସମୟ ୫୦ ପ୍ରତିଶତ କମାଇ ଦେବ। ୮୮ କିମିର ଏହି ପ୍ରକଳ୍ପରେ ୪୬୧୩ କୋଟି ବ୍ୟୟ ହେବ। ତୃତୀୟ ପ୍ରକଳ୍ପଟି ହେଲା ୬ ଲେନ୍‌ ବିଶିଷ୍ଟ ଥରାଡ଼-ଦୀସା-ମେହସନା-ଅହମଦାବାଦ କରିଡ଼ର। ୨୧୪ କିମିର ଏହି ପ୍ରକଳ୍ପ ପାଇଁ ୧୦୫୩୪ କୋଟି ଟଙ୍କା ବ୍ୟୟ ହେବ। ଚତୁର୍ଥ ପ୍ରକଳ୍ପଟି ହେଲା କାନପୁର ରିଙ୍ଗ ରୋଡ୍‌। ୪୭ କିମିର ଏହି ରାସ୍ତାକୁ ୩୨୯୮ କୋଟି ବ୍ୟୟରେ ଇପିସି ମୋଡ୍‌ରେ ନିର୍ମାଣ କରାଯିବ। ପଞ୍ଚମ ପ୍ରକଳ୍ପଟି ଖଡ଼ଗପୁର-ମୋରେଗ୍ରାମ ମଧ୍ୟରେ ହେବ। ୨୩୧ କିମିର ଏହି ରାଜପଥ ପଶ୍ଚିମବଙ୍ଗ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ଅର୍ଥନୀତିରେ ଉନ୍ନତି ଆଣିବ। ଏହି ପ୍ରକଳ୍ପରେ ୧୦୨୪୭ କୋଟି ବ୍ୟୟ ହେବ। ଷଷ୍ଠ ପ୍ରକଳ୍ପଟି ହେଉଛି ଅଯୋଧ୍ୟା ରିଙ୍ଗ ରୋଡ୍‌। ୪ ଲେନ ବିଶିଷ୍ଟ ଉକ୍ତ ରିଙ୍ଗ୍‌ ରୋଡ୍‌ର ଲମ୍ବ ୬୮ କିମି ରହିବ। ଏଥିପାଇଁ ୩୯୩୫ କୋଟି ବ୍ୟୟ ହେବ। ସପ୍ତମ ପ୍ରକଳ୍ପଟି ହେଉଛି ରାୟପୁର-ରାଞ୍ଚି ହାଇସ୍ପିଡ କରିଡରର ପାଥଲଗାଓଁ ଏବଂ ଗୁମିଆ ସେକ୍ସନ। ୧୩୭ କିମିର ଏହି ୪ ଲେନ୍‌ ବିଶିଷ୍ଟ କରିଡ଼ର ପାଇଁ ୪୪୭୩ କୋଟି ବ୍ୟୟ ହେବ। ଅଷ୍ଟମ ପ୍ରକଳ୍ପଟି ହେଉଛି ୧୨୧ କିମି ବିଶିଷ୍ଟ ଗୌହାଟୀ ରିଙ୍ଗ ରୋଡ। ୫୭୨୯ କୋଟିରେ ଏହି ପ୍ରକଳ୍ପ ନିର୍ମାଣ ହେବ।

Tags: