୭ ରାଜ୍ୟର ୧୩ ବିଧାନସଭା ଆସନରେ ଉପନିର୍ବାଚନ ଜୁଲାଇ ୧୦ରେ

ନୂଆଦିଲ୍ଲୀ: ନିର୍ବାଚନ କମିସନ୍‌ ଆଜି ୭ଟି ରାଜ୍ୟରେ ୧୩ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଜୁଲାଇ ୧୦ ତାରିଖରେ ସମସ୍ତ ୧୩ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ଅଧିକାଂଶ ବିଧାୟକ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନ ଲଢ଼ିବା ଫଳରେ ୧୩ଟି ଆସନ ଖାଲି ପଡ଼ିଛି। ନିର୍ବାଚନ ପାଇଁ ଆସନ୍ତା ୧୪ ତାରିଖରେ ବିଜ୍ଞପ୍ତି ଜାରି ହେବ। ଜୁନ୍‌ ୨୧ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଜୁନ୍‌ […]

Samaya Live Picture
Published On

ନୂଆଦିଲ୍ଲୀ: ନିର୍ବାଚନ କମିସନ୍‌ ଆଜି ୭ଟି ରାଜ୍ୟରେ ୧୩ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଜୁଲାଇ ୧୦ ତାରିଖରେ ସମସ୍ତ ୧୩ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ଅଧିକାଂଶ ବିଧାୟକ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନ ଲଢ଼ିବା ଫଳରେ ୧୩ଟି ଆସନ ଖାଲି ପଡ଼ିଛି। ନିର୍ବାଚନ ପାଇଁ ଆସନ୍ତା ୧୪ ତାରିଖରେ ବିଜ୍ଞପ୍ତି ଜାରି ହେବ। ଜୁନ୍‌ ୨୧ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଜୁନ୍‌ ୨୬ ପ୍ରାର୍ଥିପତ୍ର ଯାଞ୍ଚ ହେବ। ଜୁଲାଇ ୧୦ରେ ଭୋଟ୍‌ ଗ୍ରହଣ ହେବ ଏବଂ ଜୁଲାଇ ୧୩ରେ ନିର୍ବାଚନ ଫଳ ଆସିବ। ବିହାରର ରୁପୌଲି, ପଶ୍ଚିମବଙ୍ଗର ରାୟଗଞ୍ଜ ରାଣାଘାଟ ଦକ୍ଷିଣ, ବଗଡ଼ା‌ ଏବଂ ମାଣିକତାଲା, ତାମିଲନାଡ଼ୁର ବିକ୍ରବନ୍ଦି, ମଧ୍ୟପ୍ରଦେଶର ଅମରୱାଡ଼ା, ଉତ୍ତରାଖଣ୍ଡର ବଦ୍ରିନାଥ ଏବଂ ମଙ୍ଗଲୌର, ପଂଜାବର ଜଳନ୍ଧର ପଶ୍ଚିମ ଏବଂ ହିମାଚଳପ୍ରଦେଶର ହମିରପୁର , ନାଳଗଡ଼ରେ ଉପନିର୍ବାଚନ ହେବ।

Tags: