୭ ରାଜ୍ୟରେ ପ୍ରବଳ ବର୍ଷା ନେଲା ୨୪ ଘଣ୍ଟାରେ ୩୨ ଜୀବନ
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୭ଟି ରାଜ୍ୟରେ ବର୍ଷାଜନିତ କାରଣ ପାଇଁ ୩୨ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ଗୋଟିଏ ଦିନର ବର୍ଷା ରେକର୍ଡ କରିଛି। ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶରେ ବାଦଲଫଟା ବର୍ଷା ହୋଇ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି। ଗତ ୨୪ ଘଣ୍ଟାରେ ଉତ୍ତରାଖଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହିମାଚଳପ୍ରଦେଶରେ ୧୦, ଦିଲ୍ଲୀରେ ୫, ଗ୍ରେଟର ନଏଡ଼ାରେ ୨, ଗୁରୁଗ୍ରାମରେ ୩, ରାଜସ୍ଥାନରେ ୩ ଏବଂ […]
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୭ଟି ରାଜ୍ୟରେ ବର୍ଷାଜନିତ କାରଣ ପାଇଁ ୩୨ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ଗୋଟିଏ ଦିନର ବର୍ଷା ରେକର୍ଡ କରିଛି। ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶରେ ବାଦଲଫଟା ବର୍ଷା ହୋଇ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି। ଗତ ୨୪ ଘଣ୍ଟାରେ ଉତ୍ତରାଖଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହିମାଚଳପ୍ରଦେଶରେ ୧୦, ଦିଲ୍ଲୀରେ ୫, ଗ୍ରେଟର ନଏଡ଼ାରେ ୨, ଗୁରୁଗ୍ରାମରେ ୩, ରାଜସ୍ଥାନରେ ୩ ଏବଂ ବିହାରରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀ ଏନସିଆରରେ ବର୍ଷା ବିତ୍ପାତ ସୃଷ୍ଟି କରିଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୦୮ ମିମି ବର୍ଷାଜଳ ରେକର୍ଡ ହୋଇଛି। ୧୪ ବର୍ଷ ମଧ୍ୟରେ ଦିଲ୍ଲୀରେ ଏହା ସର୍ବାଧିକ ଜୁଲାଇ ବର୍ଷା। ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀରେ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଯାଇଛି।




