୭ ମାସରେ ସର୍ବାଧିକ ସଂକ୍ରମଣ

ନୂଆଦିଲ୍ଲୀ, ୧୨/୪ : ଦେଶରେ ଆଜି ୭,୮୩୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୭ ମାସରେ ଏହା ସର୍ବାଧିକ ସଂକ୍ରମଣ। ଦେଶରେ ସକ୍ରିୟ ସଂକ୍ରମଣ ୪୦ ହଜାର ଟପିଯାଇଛି। ଦେଶରେ ଏବେ ମୋଟ୍ ସକ୍ରିୟ ମାମଲା ୪୦,୨୧୫। ଦୈନିକ ପଜିଟିଭ ହାର ୩.୮୩ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୩.୮୩ ପ୍ରତିଶତ। ଗତ ୨୪ ଘଣ୍ଟାରେ ୧୬ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୧,୦୧୬ରେ ପହଞ୍ଚିଛି। ଦିଲ୍ଲ, ପଂଜାବ […]

Samaya Live Picture
Published On

ନୂଆଦିଲ୍ଲୀ, ୧୨/୪ : ଦେଶରେ ଆଜି ୭,୮୩୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୭ ମାସରେ ଏହା ସର୍ବାଧିକ ସଂକ୍ରମଣ। ଦେଶରେ ସକ୍ରିୟ ସଂକ୍ରମଣ ୪୦ ହଜାର ଟପିଯାଇଛି। ଦେଶରେ ଏବେ ମୋଟ୍ ସକ୍ରିୟ ମାମଲା ୪୦,୨୧୫। ଦୈନିକ ପଜିଟିଭ ହାର ୩.୮୩ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୩.୮୩ ପ୍ରତିଶତ। ଗତ ୨୪ ଘଣ୍ଟାରେ ୧୬ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୧,୦୧୬ରେ ପହଞ୍ଚିଛି। ଦିଲ୍ଲ, ପଂଜାବ ଏବଂ ହିମାଚଳପ୍ରଦେଶରେ ୨ଟି ଲେଖାଏ କରୋନା ମୃତ୍ୟୁ ହୋଇଥିବାବେଳେ ଗୁଜରାଟ, ହରିୟାଣା, ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶରେ ଗୋଟିଏ ଲେଖାଏ କରୋନା ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ କେରଳ ଏହାର ପୂର୍ବରୁ ୫ଟି ମୃତ୍ୟୁକୁ କରୋନା ଜନିତ ମୃତ୍ୟୁ ବୋଲି ସ୍ପଷ୍ଟ କରିଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା୍ ୪.୪୭ କୋଟି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୦୯ ପ୍ରତିଶତ। ଅନ୍ୟପକ୍ଷେ ଦେଶରେ ଜାତୀୟ ଆରୋଗ୍ୟ ହାର ୯୮.୭୨ ପ୍ରତିଶତ। ମୋଟ୍ ୪,୪୨,୦୪,୭୭୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟୁହାର ୧.୧୯ ପ୍ରତିଶତ।

Tags: