୭ ମାସରେ ଦେଶରେ ସର୍ବାଧିକ ସଂକ୍ରମଣ, ୪ ଜଣଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଦିନକରେ ୭୫୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ମେ’ ୨୧ ପରେ ଏହା ଦେଶରେ ସର୍ବାଧିକ ସଂକ୍ରମଣ ତଥା ଏହା ୭ ମାସରେ ସର୍ବାଧିକ ସଂକ୍ରମଣ। ଦେଶରେ ସକ୍ରିୟ ମାମଲା ୩ ହଜାର ଟପିଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଦେଶରେ ସକ୍ରିୟ ମାମଲା ଏବେ ୩,୪୨୦। କରୋନା ଉପପ୍ରଜାତି ଜେଏନ୍୧ ପାଇଁ ଦେଶରେ ସଂକ୍ରମଣ ବଢ଼ିଛି। ଅନ୍ୟପକ୍ଷେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। […]

Samaya Live Picture
Published On

ନୂଆଦିଲ୍ଲୀ : ଦେଶରେ ଦିନକରେ ୭୫୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ମେ’ ୨୧ ପରେ ଏହା ଦେଶରେ ସର୍ବାଧିକ ସଂକ୍ରମଣ ତଥା ଏହା ୭ ମାସରେ ସର୍ବାଧିକ ସଂକ୍ରମଣ। ଦେଶରେ ସକ୍ରିୟ ମାମଲା ୩ ହଜାର ଟପିଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଦେଶରେ ସକ୍ରିୟ ମାମଲା ଏବେ ୩,୪୨୦। କରୋନା ଉପପ୍ରଜାତି ଜେଏନ୍୧ ପାଇଁ ଦେଶରେ ସଂକ୍ରମଣ ବଢ଼ିଛି। ଅନ୍ୟପକ୍ଷେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ୨ ଜଣଙ୍କ କେରଳରେ ମୃତ୍ୟୁ ହୋଇଥିବାବେଳେ ରାଜସ୍ଥାନ ଏବଂ କର୍ଣ୍ଣାଟକରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହେରଇଛି। ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୩,୩୩୨। ମୃତ୍ୟୁହାର ୧.୧୮ ପ୍ରତିଶତ। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪.୫୦ କୋଟି। ଦେଶରେ ୧୭ ରାଜ୍ୟରେ ସକ୍ରିୟ ମାମଲା ବଢ଼ୁଛି। କେରଳରେ ସକ୍ରିୟ ମାମଲା ୨୬୬ ଥିବାବେଳେ କର୍ଣ୍ଣାଟକରେ ୭୦, ତାମିଲନାଡ଼ୁରେ ୧୩ ଏବଂ ଗୁଜରାଟରେ ସକ୍ରିୟ ମାମଲା ୧୨। ଗତ ୨୪ ଘଣ୍ଟାରେ ୩୨୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ମୋଟ୍ ୪,୪୪,୭୧,୨୧୨ ଜଣ କରୋନାରୁ ସୁସ୍ଥ ହେଲେଣି। ଜାତୀୟ ଆରୋଗ୍ୟ ହାର ଏବେ ୯୮.୮୧ ପ୍ରତିଶତ। ସଂକ୍ରମଣ ବଢ଼ିବାରୁ ବିଭିନ୍ନ ରାଜ୍ୟରେ କରୋନା କଟକଣା କଡ଼ାକଡ଼ି କରାଯାଇଛି। ବିହାର ସରକାର ରାଜ୍ୟରେ ସମସ୍ତ ଜିଲ୍ଲା ଏବଂ ହସ୍ପିଟାଲ ଗୁଡ଼ିକୁ କୋଭିଡ୍ ଆରଟି ପିସିଆର ଟେଷ୍ଟ୍ ବୃଦ୍ଧି କରିବାପାଇଁ କହିଛନ୍ତି।

Tags: