୭ ବର୍ଷ ପରେ ନିଖୋଜ ପୁଲିସ ପୁଅକୁ ଫେରି ପାଇଲେ ପାକିସ୍ତାନୀ ମା’
ରାୱଲପିଣ୍ଡି: ୨୦୧୬ ମସିହାରୁ ନିଖୋଜ ଥିବା ନିଜ ପୁଅକୁ ପାକିସ୍ତାନୀ ମା’ ଫେରି ପାଇଛନ୍ତି। ମାନସିକ ବିକାରଗ୍ରସ୍ତ ପୂର୍ବତନ ପୁଲିସ କର୍ମଚାରୀଙ୍କୁ ମଙ୍ଗଳବାର ରାଓ୍ଵଲପିଣ୍ଡିର ତାହଲି ମୋହରୀ ଛକରେ ତାଙ୍କ ମା’ ଭିକ ମାଗୁଥିବା ଦେଖିବାକୁ ପାଇଥିଲେ। ଶାହିନ ଅଖତର ନିଜ ପୁଅକୁ ଚିହ୍ନିଥିଲେ ଏବଂ ୭ ବର୍ଷ ପରେ ଦୁହେଁ ପୁଣି ଏକାଠି ହୋଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ପୁଲିସ ୩ ମହିଳାଙ୍କ ସମେତ ଭିକାରି ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି […]
ରାୱଲପିଣ୍ଡି: ୨୦୧୬ ମସିହାରୁ ନିଖୋଜ ଥିବା ନିଜ ପୁଅକୁ ପାକିସ୍ତାନୀ ମା’ ଫେରି ପାଇଛନ୍ତି। ମାନସିକ ବିକାରଗ୍ରସ୍ତ ପୂର୍ବତନ ପୁଲିସ କର୍ମଚାରୀଙ୍କୁ ମଙ୍ଗଳବାର ରାଓ୍ଵଲପିଣ୍ଡିର ତାହଲି ମୋହରୀ ଛକରେ ତାଙ୍କ ମା’ ଭିକ ମାଗୁଥିବା ଦେଖିବାକୁ ପାଇଥିଲେ। ଶାହିନ ଅଖତର ନିଜ ପୁଅକୁ ଚିହ୍ନିଥିଲେ ଏବଂ ୭ ବର୍ଷ ପରେ ଦୁହେଁ ପୁଣି ଏକାଠି ହୋଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ପୁଲିସ ୩ ମହିଳାଙ୍କ ସମେତ ଭିକାରି ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ଅନ୍ୟ ସହଯୋଗୀଙ୍କୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି। ନିଖୋଜ ବ୍ୟକ୍ତି ମୁସ୍ତାକିମ୍ ଖାଲିଦଙ୍କୁ ଭିକାରି ଗ୍ୟାଙ୍ଗ୍ ନିର୍ଯାତନା ଦେବା ସହ ଇଞ୍ଜେକସନ୍ ଦେଇଥିଲା ବୋଲି ତାଙ୍କ ମା’ କହିଛନ୍ତି। ମାନସିକ ରୋଗରେ ପୀଡ଼ିତ ପୂର୍ବତନ ପୁଲିସ କର୍ମଚାରୀ ମୁସ୍ତାକିମ୍ ଟାଇଫଏଡ୍ ଜ୍ୱର ପ୍ରଭାବରେ ୨୦୧୬ରେ ନିଖୋଜ ହୋଇଯାଇଥିଲେ। ୩ ମହିଳା ଓ ୨ ପୁରୁଷଙ୍କୁ ନେଇ ଗଠିତ ଗ୍ୟାଙ୍ଗ ମୁସ୍ତାକିମଙ୍କୁ ଭିକ ମାଗିବାକୁ ବାଧ୍ୟ କରୁଥିଲା। ପୁଅକୁ ଚିହ୍ନିବା ପରେ ଶାହିନ ତାଙ୍କୁ ଆଲିଙ୍ଗନ କରିଥିଲେ, କିନ୍ତୁ ତାଙ୍କ ସହ ଥିବା ଗ୍ୟାଙ୍ଗର ସଦସ୍ୟମାନେ ତାଙ୍କୁ ଆକ୍ରମଣ କରିବା ସହ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ।




