୭ ଦିନ ପୁଲିସ ହାଜତ ଗଲା ସଂସଦ ସୁରକ୍ଷା ଭଙ୍ଗର ମାଷ୍ଟରମାଇଣ୍ଡ୍ ଲଳିତ ଝା

ନୂଆଦିଲ୍ଲୀ : ସଂସଦ ସୁରକ୍ଷା ଭଙ୍ଗର ମାଷ୍ଟରମାଇଣ୍ଡ୍ ଲଳିତ ଝାକୁ ଜେରା କରିବାପାଇଁ ୭ ଦିନ ପୁଲିସ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ଲଳିତ ଝାକୁ ଜେରା କରିବାପାଇଁ ୧୫ ଦିନ ରିମାଣ୍ଡ୍ରେ ନେବାକୁ ଚାହିଥିଲା। କିନ୍ତୁ କୋର୍ଟ ଝାକୁ ୭ ଦିନ ପୁଲିସ ରିମାଣ୍ଡ୍ରେ ପଠାଇଛନ୍ତି। ଗତକାଲି ରାତିରେ ମନୋଜ ଝା ଦିଲ୍ଲୀ ପୁଲିସରେ ଆତ୍ମସମର୍ପଣ କରିଥିଲା। ବିହାରର ଲଳିତ ଝା କୋଲକାତାରେ ଜଣେ ଶିକ୍ଷକ ଭାବେ କାମ କରୁଥିଲା। କୋଲକାତାରେ ତା’ ପଡ଼ୋଶୀମାନେ ତାକୁ […]

Samaya Live Picture
Published On

ନୂଆଦିଲ୍ଲୀ : ସଂସଦ ସୁରକ୍ଷା ଭଙ୍ଗର ମାଷ୍ଟରମାଇଣ୍ଡ୍ ଲଳିତ ଝାକୁ ଜେରା କରିବାପାଇଁ ୭ ଦିନ ପୁଲିସ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ଲଳିତ ଝାକୁ ଜେରା କରିବାପାଇଁ ୧୫ ଦିନ ରିମାଣ୍ଡ୍ରେ ନେବାକୁ ଚାହିଥିଲା। କିନ୍ତୁ କୋର୍ଟ ଝାକୁ ୭ ଦିନ ପୁଲିସ ରିମାଣ୍ଡ୍ରେ ପଠାଇଛନ୍ତି। ଗତକାଲି ରାତିରେ ମନୋଜ ଝା ଦିଲ୍ଲୀ ପୁଲିସରେ ଆତ୍ମସମର୍ପଣ କରିଥିଲା। ବିହାରର ଲଳିତ ଝା କୋଲକାତାରେ ଜଣେ ଶିକ୍ଷକ ଭାବେ କାମ କରୁଥିଲା। କୋଲକାତାରେ ତା’ ପଡ଼ୋଶୀମାନେ ତାକୁ ଜଣେ ଶାନ୍ତ ବ୍ୟକ୍ତି ବୋଲି କହନ୍ତି। ଝା ଗତ କିଛି ବର୍ଷ ତଳେ କୋଲକାତାର ବଡ଼ବଜାରରେ ରହୁଥିଲା। ପୁଲିସ ଅନୁଯାୟୀ ଲଳିତ ଝା କିମ୍ବଦନ୍ତୀ ସ୍ବାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ଦ୍ବାରା ଅନୁପ୍ରାଣିତ। ଉଲ୍ଲେଖଯୋଗ୍ୟ ଯେ ସଂସଦ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ଏଯାବତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Tags: