୭ ଦିନରେ ଅନନ୍ତନାଗ ଏନକାଉଣ୍ଟର ‌ଶେଷ, ଏଲ୍‌ଇଟି କମାଣ୍ଡର ନିପାତ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ଅନନ୍ତନାଗ ଜିଲ୍ଲାର ଗାଦୋଲ ଜଙ୍ଗଲରେ ୭ ଦିନ ଧରି ଚାଲିଥିବା ଆତଙ୍କବାଦୀ ନିରୋଧ ଅପରେସନ୍‌ ମଙ୍ଗଳବାର ଶେଷ ହୋଇଛି। ଏହି ଅପରେସନ୍‌ରେ ୩ ଅଧିକାରୀଙ୍କ ସମେତ ୪ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ଏହି ଆତଙ୍କବାଦ ନିରୋଧ ଅପରେସନ୍‌ରେ ଏଲ୍‌ଇଟି (ଲସ୍କର ଏ ତୋଏବା) କମାଣ୍ଡର ଉଜେର ଖାନ୍‌ ସମେତ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଉଜେର ଖାନ୍‌ ନିକଟରୁ ଅତ୍ୟାଧୁନିକ ସ୍ବୟଂଚାଳିତ ବନ୍ଧୁକ ମଧ୍ୟ ଜବତ ହୋଇଛି। କାଶ୍ମୀର ପୁଲିସ ଏଡିଜିପି ବିଜୟ […]

Samaya Live Picture
Published On

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ଅନନ୍ତନାଗ ଜିଲ୍ଲାର ଗାଦୋଲ ଜଙ୍ଗଲରେ ୭ ଦିନ ଧରି ଚାଲିଥିବା ଆତଙ୍କବାଦୀ ନିରୋଧ ଅପରେସନ୍‌ ମଙ୍ଗଳବାର ଶେଷ ହୋଇଛି। ଏହି ଅପରେସନ୍‌ରେ ୩ ଅଧିକାରୀଙ୍କ ସମେତ ୪ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ଏହି ଆତଙ୍କବାଦ ନିରୋଧ ଅପରେସନ୍‌ରେ ଏଲ୍‌ଇଟି (ଲସ୍କର ଏ ତୋଏବା) କମାଣ୍ଡର ଉଜେର ଖାନ୍‌ ସମେତ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଉଜେର ଖାନ୍‌ ନିକଟରୁ ଅତ୍ୟାଧୁନିକ ସ୍ବୟଂଚାଳିତ ବନ୍ଧୁକ ମଧ୍ୟ ଜବତ ହୋଇଛି। କାଶ୍ମୀର ପୁଲିସ ଏଡିଜିପି ବିଜୟ କୁମାର କହିଛନ୍ତି, ଉଜେର ଖାନ୍‌ ନିପାତ ହେବା ସହ ୭ ଦିନର ଏନକାଉଣ୍ଟର ଶେଷ ହୋଇଛି। ତେବେ ସର୍ଚ୍ଚ‌୍
ଅପରେସନ୍‌ ଜାରି ରହିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ବୁଧବାର ଦିନ ଅନନ୍ତନାଗ ଜିଲ୍ଲାର କୋକେରନାଗ ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏଡିଜିପି କହିଛନ୍ତି, ସେଠାରେ ୨ରୁ ୩ ଆତଙ୍କବାଦୀ ଥିଲେ। ୨ ଜଣ ଆତଙ୍କବାଦୀଙ୍କ ମର ଶରୀର ମିଳିଛି। ତୃତୀୟ ଆତଙ୍କବାଦୀର ମର ଶରୀର ମିଳିନାହିଁ।

Tags: