୭୭ତମ ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲ୍‌କିଲାରୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ମଣିପୁର ପ୍ରସଙ୍ଗରେ ଦୀର୍ଘଦିନ ଧରି ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଥିବା ମୋଦୀ ଆଜି ଲାଲ୍‌କିଲାରେ ଜାତୀୟ ପତାକା ଉତ୍ତୋଳନ କରିବାପରେ ମଣିପୁର ପ୍ରସଙ୍ଗରେ ତାଙ୍କ ଉଦ୍‌ବୋଧନ ଆରମ୍ଭ କରିଥିଲେ। ମୋଦୀ କହିଛନ୍ତି, ଗତ କିଛି ସପ୍ତାହ ଧରି ମଣିପୁର ପ୍ରବଳ ହିଂସା ଦେଖିଲାଣି। ଅନେକ ଲୋକଙ୍କ ଜୀବନହାନୀ ହୋଇଛି। ଆମର ମା’ ଏବଂ ଭଉଣୀମାନଙ୍କୁ ଅପମାନ ଏବଂ […]

Samaya Live Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲ୍‌କିଲାରୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ମଣିପୁର ପ୍ରସଙ୍ଗରେ ଦୀର୍ଘଦିନ ଧରି ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଥିବା ମୋଦୀ ଆଜି ଲାଲ୍‌କିଲାରେ ଜାତୀୟ ପତାକା ଉତ୍ତୋଳନ କରିବାପରେ ମଣିପୁର ପ୍ରସଙ୍ଗରେ ତାଙ୍କ ଉଦ୍‌ବୋଧନ ଆରମ୍ଭ କରିଥିଲେ। ମୋଦୀ କହିଛନ୍ତି, ଗତ କିଛି ସପ୍ତାହ ଧରି ମଣିପୁର ପ୍ରବଳ ହିଂସା ଦେଖିଲାଣି। ଅନେକ ଲୋକଙ୍କ ଜୀବନହାନୀ ହୋଇଛି। ଆମର ମା’ ଏବଂ ଭଉଣୀମାନଙ୍କୁ ଅପମାନ ଏବଂ ଅସମ୍ମାନିତ କରାଯାଇଛି। କିନ୍ତୁ ଅଞ୍ଚଳକୁ ଧୀରେଧୀରେ ଶାନ୍ତି ଫେରୁଛି। ଦେଶ ମଣିପୁର ସହ ରହିଛି। ମଣିପୁରରେ ଶାନ୍ତି ରକ୍ଷା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏକାଠି କାମ କରୁଛନ୍ତି ବୋଲି ମୋଦୀ କହିଛନ୍ତି। ମୋଦୀ ଶାନ୍ତି ରକ୍ଷା ପାଇଁ ଅନୁରୋଧ କରିଛନ୍ତି। ଶାନ୍ତି ଦ୍ବାରା ହିଁ ସମାଧାନର ବାଟ ବାହାରିପାରିବ ବୋଲି ମୋଦୀ କହିଛନ୍ତି। ଯେତେବେଳେ ଆମେ ଏକଥା କଥା କହୁଛେ, ଯଦି ମଣିପୁରରେ ହିଂସା ହେଉଛି ଏହାର ଯନ୍ତ୍ରଣା ମହାରାଷ୍ଟ୍ରରେ ଅନୁଭୂତ ହେଉଛି। ୧୪୦ କୋଟି ଭାରତୀୟ ନାଗରିକଙ୍କୁ ଶୁଭେଚ୍ଛା ଜଣାଇ ମୋଦୀ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବାଧୀନ ସତ୍ୟାଗ୍ରହକୁ କୃତଜ୍ଞତା ଜଣାଇଛନ୍ତି ଏବଂ ଭାରତର ସ୍ବାଧୀନତାକୁ ସମ୍ଭବ କରିଥିବା ଭଗତ ସିଂହ, ରାଜଗୁରୁ, ସୁଖଦେବ ଏବଂ ଅନ୍ୟ ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗକୁ ମନେ ପକାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ସକାଳ ୭.୩୦ରେ ପତାକା ଉତ୍ତୋଳନ କରିଥିଲେ। କ୍ୟାବିନେଟ୍‌ ମନ୍ତ୍ରୀ, ରାଜନେତା, ୩ ସେନା ମୁଖ୍ୟ ଏବଂ ଅମଲାମାନେ ଏହି ଅବସରରେ ଉପସ୍ଥିତ ଥିଲେ।

Tags: