୭୫ତମ ସାଧାରଣତନ୍ତ୍ର ଦିବସରେ ନାରୀ ଶକ୍ତିର ପ୍ରଦର୍ଶନ

ନୂଆଦିଲ୍ଲୀ : ଦେଶ ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି। ଦେଶର ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଆଜି ଏକ ବିଶାଳ ପରେଡ୍ କରାଯାଇଛି। ଏହି ପରେଡ୍ରେ ଦେଶର ସାମରିକ ଶକ୍ତି ଏବଂ ସାଂସ୍କୃତିକ ବିବିଧତା ପ୍ରଦର୍ଶନ କରାଯାଇଛି। ଏଥିରେ ନାରୀ ଶକ୍ତି ଉପରେ ସ୍ବତନ୍ତ୍ର ଭାବେ ଗୁରୁତ୍ବ ଦିଆଯାଇଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ପ୍ରଥମ ଥର ପାଇଁ ପରେଡରେ […]

Samaya Live Picture
Published On

ନୂଆଦିଲ୍ଲୀ : ଦେଶ ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି। ଦେଶର ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଆଜି ଏକ ବିଶାଳ ପରେଡ୍ କରାଯାଇଛି। ଏହି ପରେଡ୍ରେ ଦେଶର ସାମରିକ ଶକ୍ତି ଏବଂ ସାଂସ୍କୃତିକ ବିବିଧତା ପ୍ରଦର୍ଶନ କରାଯାଇଛି। ଏଥିରେ ନାରୀ ଶକ୍ତି ଉପରେ ସ୍ବତନ୍ତ୍ର ଭାବେ ଗୁରୁତ୍ବ ଦିଆଯାଇଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ପ୍ରଥମ ଥର ପାଇଁ ପରେଡରେ ୩ ସେନାବାହିନୀର ମହିଳାମାନେ ସାମିଲ ହୋଇଛନ୍ତି। ଭାରତୀୟ ସେନା ବାହିନୀର ଫ୍ଲାଏ ପାଷ୍ଟରେ ୧୫ ଜଣ ମହିଳା ପାଇଲଟ ଅଂଶଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଯୁଦ୍ଧ ସ୍ମରକସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଉତ୍ସବ ଆରମ୍ଭ ହୋଇଛି। ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୧୬ଟି ମେଢ କର୍ତ୍ତବ୍ୟ ପଥରେ ଗଡ଼ିଛି। ୭୦ ହଜାରରୁ ସୁରକ୍ଷାକର୍ମୀ ନୂଆଦିଲ୍ଲୀରେ ମୁତୟନ ହୋଇଛନ୍ତି।

Tags: