୭୧ହଜାର ନିଯୁକ୍ତିପତ୍ର ବାଣ୍ଟିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ସରକାରଙ୍କ ରୋଜଗାର ମେଳା ଅଭିଯାନ ଅଧୀନରେ ୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଛନ୍ତି। ନୂଆ କରି ନିଯୁକ୍ତି ପାଇଥିବା ଲୋକଙ୍କୁ ମୋଦୀ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ମୋଦୀ ଏହି ନିଯୁକ୍ତି ପତ୍ର ବାଣ୍ଟିବା ସହ ନିଯୁକ୍ତି ପାଇଥିବା ଲୋକଙ୍କୁ ଉଦ୍ବୋଧନ ଦେଇଛନ୍ତି। ଦେଶବ୍ୟାପୀ ୪୫ଟି ସ୍ଥାନରେ ରୋଜଗାର ମେଳା ହେଉଛି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରୀ ବିଭାଗରେ ଏହି ନିଯୁକ୍ତି ଦିଆଯାଉଛି। ଦେଶବ୍ୟାପୀ […]

Samaya Live Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ସରକାରଙ୍କ ରୋଜଗାର ମେଳା ଅଭିଯାନ ଅଧୀନରେ ୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଛନ୍ତି। ନୂଆ କରି ନିଯୁକ୍ତି ପାଇଥିବା ଲୋକଙ୍କୁ ମୋଦୀ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ମୋଦୀ ଏହି ନିଯୁକ୍ତି ପତ୍ର ବାଣ୍ଟିବା ସହ ନିଯୁକ୍ତି ପାଇଥିବା ଲୋକଙ୍କୁ ଉଦ୍ବୋଧନ ଦେଇଛନ୍ତି। ଦେଶବ୍ୟାପୀ ୪୫ଟି ସ୍ଥାନରେ ରୋଜଗାର ମେଳା ହେଉଛି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରୀ ବିଭାଗରେ ଏହି ନିଯୁକ୍ତି ଦିଆଯାଉଛି। ଦେଶବ୍ୟାପୀ ନୂଆ ନିଯୁକ୍ତି ପାଇଥିବା ଲୋକମାନଙ୍କୁ ଗ୍ରାମୀଣ ଡାକ ସେବକ, ଇନ୍ସପେକ୍ଟର ଅଫ ପୋଷ୍ଟ୍, କମର୍ସିଆଲ କମ୍ ଟିକେଟ କ୍ଲର୍କ, ଜୁନିୟର କ୍ଲର୍କ କମ୍ ଟାଇପିଷ୍ଟ୍, ଜୁନିୟର ଆକାଉଣ୍ଟ୍ସ କ୍ଲର୍କ, ଟ୍ରାକ୍ ମେଣ୍ଟେନର, ଆସିଷ୍ଟାଣ୍ଟ ସେକ୍ସନ ଅଫିସର, ଲୋୟର ଡିଭିଜନ କ୍ଲର୍କ, ସବ୍ ଡିଭିଜନାଲ ଅଫିସର, ଟାକ୍ସ ଆସିଷ୍ଟାଣ୍ଡ, ପ୍ରିନ୍ସପାଲ , ଶିକ୍ଷକ, ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର, ଆସିଷ୍ଟାଣ୍ଟ ପ୍ରଫେସର ଭଳି ପଦବି ମିଳିଛି।

Tags: