୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଦୌଡ଼ରେ ରାଣୀ ଓ ବିକ୍ରାନ୍ତ ଆଗରେ

ନୂଆଦିଲ୍ଲୀ: ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କେବେ ହେବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ୨୦୨୨ରେ ରିଲିଜ୍‌ ହୋଇଥିବା ସିନେମାକୁ ୨୦୨୪ ମସିହାରେ ପୁରସ୍କାର ଦିଆଯାଇଥିଲା। ତେଣୁ ୨୦୨୩ ମସିହାରେ ରିଲିଜ୍‌ ହୋଇଥିବା ସିନେମା ପାଇଁ ଚଳିତବର୍ଷ ଏହି ପୁରସ୍କାର ଦିଆଯିବ। ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ପୁରସ୍କାର ପାଇଁ ଯଥାକ୍ରମେ ବିକ୍ରାନ୍ତ ମାସି ଓ ରାଣୀ ମୁଖାର୍ଜୀ ଦୃଢ଼ ଦାବିଦାର ଥିବା ଜୋରଦାର ଚର୍ଚ୍ଚା ହେଉଛି।। ‘ଟୁୱେଲ୍‌ଥ ଫେଲ୍‌’ରେ ବିକ୍ରାନ୍ତଙ୍କ ଜୀବନ୍ତ ଅଭିନୟ […]

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଦୌଡ଼ରେ ରାଣୀ ଓ ବିକ୍ରାନ୍ତ ଆଗରେ
Samaya Live Picture
Published On

ନୂଆଦିଲ୍ଲୀ: ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କେବେ ହେବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ୨୦୨୨ରେ ରିଲିଜ୍‌ ହୋଇଥିବା ସିନେମାକୁ ୨୦୨୪ ମସିହାରେ ପୁରସ୍କାର ଦିଆଯାଇଥିଲା। ତେଣୁ ୨୦୨୩ ମସିହାରେ ରିଲିଜ୍‌ ହୋଇଥିବା ସିନେମା ପାଇଁ ଚଳିତବର୍ଷ ଏହି ପୁରସ୍କାର ଦିଆଯିବ। ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ପୁରସ୍କାର ପାଇଁ ଯଥାକ୍ରମେ ବିକ୍ରାନ୍ତ ମାସି ଓ ରାଣୀ ମୁଖାର୍ଜୀ ଦୃଢ଼ ଦାବିଦାର ଥିବା ଜୋରଦାର ଚର୍ଚ୍ଚା ହେଉଛି।। ‘ଟୁୱେଲ୍‌ଥ ଫେଲ୍‌’ରେ ବିକ୍ରାନ୍ତଙ୍କ ଜୀବନ୍ତ ଅଭିନୟ ଓ ‘ମିସେସ୍‌ ଚାଟା‌ର୍ଜୀ ଭର୍ସେସ୍‌ ନରୱେ’ ଚଳଚ୍ଚିତ୍ରରେ ରାଣୀଙ୍କ ଦମ୍‌ଦାର ଅଭିନୟ ଯୋଗୁଁ ବିଚାରକଙ୍କ ପସନ୍ଦରେ ସେମାନେ ସର୍ବ‌ା‌ଗ୍ରେ ରହିବେ ବୋଲି କୁହାଯାଉଛି। ଏଥିସହ ‘ରକି ଔର ରାନୀ କୀ ପ୍ରେମ୍‌ କାହାନୀ’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇବ ବୋଲି ଆଶା କରାଯାଉଛି।

Tags: