୬ ରାଜ୍ୟସଭା ଆସନ ପାଇଁ ଡିସେମ୍ବର ୨୦ରେ ଉପନିର୍ବାଚନ

ନୂଆଦିଲ୍ଲୀ: ୪ଟି ରାଜ୍ୟର ୬ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ କମିସନ (ଇସି) ତାରିଖ ଘୋଷଣା କରିଛନ୍ତି। ଡିସେମ୍ବର ୨୦ ତାରିଖରେ ୬ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବା‌ଚନ କମିସନ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁଯା‌ୟୀ ଡିସେମ୍ବର ୧୦ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଏବଂ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଡିସେମ୍ବର ୧୩। ଉଲ୍ଲେଖଯୋଗ୍ୟ, ଆନ୍ଧ୍ରପ୍ରଦେଶରେ ୩ଟି , ଓଡ଼ିଶାରେ ଗୋଟିଏ, ପଶ୍ଚିମବଙ୍ଗରେ ଗୋଟିଏ ଏବଂ ହରିୟାଣାରେ ଗୋଟିଏ ରାଜ୍ୟସଭା ଆସନରେ […]

Samaya Live Picture
Published On

ନୂଆଦିଲ୍ଲୀ: ୪ଟି ରାଜ୍ୟର ୬ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ କମିସନ (ଇସି) ତାରିଖ ଘୋଷଣା କରିଛନ୍ତି। ଡିସେମ୍ବର ୨୦ ତାରିଖରେ ୬ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବା‌ଚନ କମିସନ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁଯା‌ୟୀ ଡିସେମ୍ବର ୧୦ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଏବଂ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଡିସେମ୍ବର ୧୩। ଉଲ୍ଲେଖଯୋଗ୍ୟ, ଆନ୍ଧ୍ରପ୍ରଦେଶରେ ୩ଟି , ଓଡ଼ିଶାରେ ଗୋଟିଏ, ପଶ୍ଚିମବଙ୍ଗରେ ଗୋଟିଏ ଏବଂ ହରିୟାଣାରେ ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ହେବ। ଓଡ଼ିଶାରେ ସୁଜିତ କୁମାର ଇସ୍ତଫା ଦେବାପରେ ଉପନିର୍ବାଚନ ଆବଶ୍ୟକ ପଡ଼ିଛି। ୱାଇଏସ୍‌ଆରସିପିର ତିନି ଜଣ ରାଜ୍ୟସଭା ସାଂସଦ ଭେଙ୍କଟରମଣ ରାଓ ମୋପିଦେବୀ, ମସ୍ତାନ ରାଓ ଯାଦବ ଏବଂ ରାୟଗା କ୍ରିଷ୍ଣାୟା ଅଗଷ୍ଟରେ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ଏଥିପାଇଁ ଆନ୍ଧ୍ର ପ୍ରଦେଶରେ ୩ ଆସନରେ ଉପନିର୍ବାଚନ ହେବ। ଟିଏମ୍‌ସିର ଜବାହର ସରକାର ଏପ୍ରିଲରେ କୋଲାକାତାରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦରେ ତାଙ୍କ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ଏଥିପାଇଁ ପଶ୍ଚିମବଂଗରେ ଗୋଟିଏ ରାଜ୍ୟସଭା ଆସନ ଖାଲି ହୋଇଥିଲା। ହରିୟାଣାରେ ବିଜେପିର କୃଷ୍ଣ ଲାଲ ବିଧାୟକ ନିର୍ବାଚିତ ହେବାପରେ ତାଙ୍କ ରାଜ୍ୟସଭା ଆସନ ଛାଡ଼ିଥିବାରୁ ସେଠାରେ ମଧ୍ୟ ଉପନିର୍ବାଚନ ହେବ।

Tags: