୬ ଯବାନଙ୍କୁ ଗୁଳିମାଡ଼ ପରେ ଆତ୍ମହତ୍ୟା କଲେ ମଣିପୁର ଯବାନ

ଇମ୍ଫାଲ: ମଣିପୁରରେ ଏକ ଅଭାବନୀୟ ଘଟଣାକ୍ରମରେ ଆସାମ ରାଇଫଲ୍ସର ଜଣେ ଯବାନ ଅନ୍ୟ ୬ ଜଣ ଯବାନଙ୍କୁ ଗୁଳି ମାଡ଼ କରିବାପରେ ନିଜେ ଆତ୍ମହତ୍ୟା କରିଦେଇଛନ୍ତି। ମଣିପୁର ଚାଦେଲ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁଳିମାଡ଼ର ଶିକାର ହୋଇଥିବା ଯବାନମାୀନେ ଆହତ ହୋଇଛନ୍ତି। ମଣିପୁର ପୁଲିସ ରିପୋର୍ଟ ଅନୁଯାୟୀ, ଚାନ୍ଦେଲ ଜିଲ୍ଲାର ସାଜିକ୍ ତମ୍ପକ ଅଞ୍ଚଳରେ ଏହି ହିଂସାକାଣ୍ଡ ଘଟିଛି। ଯବାନ ଜଣଙ୍କ କେଉଁ କାରଣରୁ ନିଜର ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଛନ୍ତି ତାହା ଜଣାପଡ଼ି […]

Samaya Live Picture
Published On

ଇମ୍ଫାଲ: ମଣିପୁରରେ ଏକ ଅଭାବନୀୟ ଘଟଣାକ୍ରମରେ ଆସାମ ରାଇଫଲ୍ସର ଜଣେ ଯବାନ ଅନ୍ୟ ୬ ଜଣ ଯବାନଙ୍କୁ ଗୁଳି ମାଡ଼ କରିବାପରେ ନିଜେ ଆତ୍ମହତ୍ୟା କରିଦେଇଛନ୍ତି। ମଣିପୁର ଚାଦେଲ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁଳିମାଡ଼ର ଶିକାର ହୋଇଥିବା ଯବାନମାୀନେ ଆହତ ହୋଇଛନ୍ତି। ମଣିପୁର ପୁଲିସ ରିପୋର୍ଟ ଅନୁଯାୟୀ, ଚାନ୍ଦେଲ ଜିଲ୍ଲାର ସାଜିକ୍ ତମ୍ପକ ଅଞ୍ଚଳରେ ଏହି ହିଂସାକାଣ୍ଡ ଘଟିଛି। ଯବାନ ଜଣଙ୍କ କେଉଁ କାରଣରୁ ନିଜର ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଛନ୍ତି ତାହା ଜଣାପଡ଼ି ନାହିଁ। ତେବେ ଗୁଳିକାଣ୍ଡ ପରେ ସେ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ମଣିପୁର ପୁଲିସ ଉକ୍ତ ଘଟଣାରେ ଏକ ବିବୃତି ଜାରି କରି କହିଛି ଯେ ଆହତଙ୍କ ମଧ୍ୟରୁ କେହି ମଣିପୁରର ହୋଇ ନଥିବାରୁ ଉକ୍ତ ଘଟଣାକୁ ଜାତିଗତ ସଂଘର୍ଷ ସହ ଯୋଡ଼ିବା ଉଚିତ ନୁହେଁ। ଉକ୍ତ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

Tags: