୬୬୦୦ କୋଟି ମହାରାଷ୍ଟ୍ର ବିଟ୍‌ କଏନ୍‌ ଦୁର୍ନୀତିର ସିବିଆଇ ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ତେବେ ମତଦାନର ଗୋଟିଏ ଦିନ ପୂର୍ବରୁ ବେଆଇନ ବିଟ୍‌କଏନ୍‌ ଟଙ୍କା ଏନ୍‌ସିପି-ଏସ୍‌ପି ଓ କଂଗ୍ରେସ ବିଧାନସଭା ନିର୍ବାଚନରେ ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସିବିଆଇ ପଚରାଉଚରା ନିମନ୍ତେ ଅଭିଯୁକ୍ତଙ୍କୁ ସମନ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଦୁଇ ଅଭିଯୁକ୍ତ ଅମିତ ଭରଦ୍ବାଜ ଓ ଅଜୟ ଭରଦ୍ବାଜ ବିରୋଧରେ ମାମଲା ରୁଜୁ କରିଛି। ଏହା ସହ ଅନ୍ୟତମ ଅଭିଯୁକ୍ତ ଗୌରବ ମେହେଟାକୁ ପଚରାଉଚରା ପାଇଁ […]

Samaya Live Picture
Published On

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ତେବେ ମତଦାନର ଗୋଟିଏ ଦିନ ପୂର୍ବରୁ ବେଆଇନ ବିଟ୍‌କଏନ୍‌ ଟଙ୍କା ଏନ୍‌ସିପି-ଏସ୍‌ପି ଓ କଂଗ୍ରେସ ବିଧାନସଭା ନିର୍ବାଚନରେ ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସିବିଆଇ ପଚରାଉଚରା ନିମନ୍ତେ ଅଭିଯୁକ୍ତଙ୍କୁ ସମନ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଦୁଇ ଅଭିଯୁକ୍ତ ଅମିତ ଭରଦ୍ବାଜ ଓ ଅଜୟ ଭରଦ୍ବାଜ ବିରୋଧରେ ମାମଲା ରୁଜୁ କରିଛି। ଏହା ସହ ଅନ୍ୟତମ ଅଭିଯୁକ୍ତ ଗୌରବ ମେହେଟାକୁ ପଚରାଉଚରା ପାଇଁ ସମନ କରିଛି। ଗୌରବ ମେହେଟା ସହ ଏନ୍‌ସିପି-ଏସ୍‌ପି ସାଂସଦ ସୁପ୍ରିୟା ସୁଲେଙ୍କ ଅଡ଼ିଓ କ୍ଲିପ୍‌ ଭାଇରାଲ୍‌ ହୋଇଥିଲା। ସୂଚନାଯୋଗ୍ୟ, ଦୁଇ ପ୍ରମୁଖ ଅଭିଯୁକ୍ତଙ୍କ ମଧ୍ୟରୁ ଅମିତଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ଅଜୟକୁ ପଳାତକ ଘୋଷଣା କରାଯାଇଛି।

Tags: