୬୦ ବର୍ଷରେ ମିସ୍ ୟୁନିଭର୍ସ ହେଲେ ଆଲଜୋନ୍ଦ୍ରା

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ଜଣେ ୬୦ ବର୍ଷୀୟା ମହିଳା ମିସ୍ ୟୁନିଭର୍ସ ହୋଇଛନ୍ତି। ଆଲେଜାନ୍ଦ୍ରା ମାରିସା ରୋଡ୍ରିଗେଜ୍ ବୁଏନସ୍ ଆୟର୍ସ ପ୍ରଦେଶ ପାଇଁ ମିସ୍ ୟୁନିଭର୍ସ ଟାଇଟଲ ହାସଲ କରି ଇତିହାସ ରଚିଛନ୍ତି। ଆର୍ଜେଣ୍ଟିନାର ବୁଏନସ୍ ଆୟର୍ସ ପ୍ରଦେଶର ରାଜଧାନୀ ଲା ପ୍ଲାଟାର ବାସିନ୍ଦା ରୋଡ୍ରିଗେଜ୍ କେବଳ ଜଣେ ସୁନ୍ଦରୀ ନୁହନ୍ତି ସେ ମଧ୍ୟ ଜଣେ ଅଭିଜ୍ଞ ଓକିଲ ଓ ସାମ୍ବାଦିକା । ୨୦୨୪ ମେ’ ମାସରେ ମିସ୍ ୟୁନିଭର୍ସ ଆର୍ଜେଣ୍ଟିନା ପାଇଁ ହେବାକୁ ଥିବା ଜାତୀୟ ଚୟନରେ […]

Samaya Live Picture
Published On

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ଜଣେ ୬୦ ବର୍ଷୀୟା ମହିଳା ମିସ୍ ୟୁନିଭର୍ସ ହୋଇଛନ୍ତି। ଆଲେଜାନ୍ଦ୍ରା ମାରିସା ରୋଡ୍ରିଗେଜ୍ ବୁଏନସ୍ ଆୟର୍ସ ପ୍ରଦେଶ ପାଇଁ ମିସ୍ ୟୁନିଭର୍ସ ଟାଇଟଲ ହାସଲ କରି ଇତିହାସ ରଚିଛନ୍ତି। ଆର୍ଜେଣ୍ଟିନାର ବୁଏନସ୍ ଆୟର୍ସ ପ୍ରଦେଶର ରାଜଧାନୀ ଲା ପ୍ଲାଟାର ବାସିନ୍ଦା ରୋଡ୍ରିଗେଜ୍ କେବଳ ଜଣେ ସୁନ୍ଦରୀ ନୁହନ୍ତି ସେ ମଧ୍ୟ ଜଣେ ଅଭିଜ୍ଞ ଓକିଲ ଓ ସାମ୍ବାଦିକା । ୨୦୨୪ ମେ’ ମାସରେ ମିସ୍ ୟୁନିଭର୍ସ ଆର୍ଜେଣ୍ଟିନା ପାଇଁ ହେବାକୁ ଥିବା ଜାତୀୟ ଚୟନରେ ବୁଏନସ୍ ଆୟର୍ସ ପ୍ରତିନିଧିତ୍ୱ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଡିଓରୁ ତାଙ୍କର ଦୃଢ଼ ସଂକଳ୍ପ ପ୍ରକାଶ ପାଇଛି। ମିସ୍ ୟୁନିଭର୍ସ ସଂଗଠନ ଗତବର୍ଷ ଘୋଷଣା କରିଥିଲା ଯେ ପ୍ରତିଯୋଗୀଙ୍କ ପାଇଁ ବୟସ ସୀମା ଆଉ ରହିବ ନାହିଁ। ଚଳିତ ବର୍ଷଠାରୁ ୧୮ ବର୍ଷରୁ ଅଧିକ ବୟସର ଯେ କୌଣସି ମହିଳା ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହେବେ। ପୂର୍ବରୁ କେବଳ ୧୮ରୁ ୨୮ ବର୍ଷ ବୟସର ମହିଳାମାନେ ଏହି ପ୍ରତିଯୋଗିତାରେ ପ୍ରବେଶ କରିପାରୁଥିଲେ। ଆଉ ଜଣେ ସୁନ୍ଦରୀ ପ୍ରତିଯୋଗୀ ହେଉଛନ୍ତି ୪୭ ବର୍ଷୀୟା ହାଇଡି କ୍ରୁଜ୍, ଯିଏ କି ମିସ୍ ୟୁନିଭର୍ସ ୨୦୨୪ରେ ଡୋମିନିକାନ୍ ରିପବ୍ଲିକ୍ର ପ୍ରତିନିଧିତ୍ୱ କରିବେ।

Tags: