୫ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ସୁପାରିସ

ନୂଆଦିଲ୍ଲୀ: ୫ଟି ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ ହେବେ। ସୁପ୍ରିମକୋର୍ଟ କଲେଜିୟମ ୫ଟି ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିସ କରିଛନ୍ତି। ସୁପ୍ରିମକୋର୍ଟ କଲେଜିୟମ ମାଡ୍ରାସ ହାଇକୋର୍ଟ,କେରଳ ହାଇକୋର୍ଟ, ବମ୍ବେ ହାଇକୋର୍ଟ, ହିମାଚଳପ୍ରଦେଶ ହାଇକୋର୍ଟ ଏବଂ ରାଜସ୍ଥାନ ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି ଦେବାପାଇଁ ସୁପାରିସ କରିଛନ୍ତି। ଏପ୍ରିଲ ୧୯ ତାରିଖରେ ହୋଇଥିବା କଲେଜିୟମ ବୈଠକରେ ଜଷ୍ଟିସ ଆର୍ଡି ଧନୁକାଙ୍କ ନାମ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପାରିସ କରାଯାଇଛି। ଆନ୍ଧ୍ରପ୍ରଦେଶ […]

Samaya Live Picture
Published On

ନୂଆଦିଲ୍ଲୀ: ୫ଟି ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ ହେବେ। ସୁପ୍ରିମକୋର୍ଟ କଲେଜିୟମ ୫ଟି ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିସ କରିଛନ୍ତି। ସୁପ୍ରିମକୋର୍ଟ କଲେଜିୟମ ମାଡ୍ରାସ ହାଇକୋର୍ଟ,କେରଳ ହାଇକୋର୍ଟ, ବମ୍ବେ ହାଇକୋର୍ଟ, ହିମାଚଳପ୍ରଦେଶ ହାଇକୋର୍ଟ ଏବଂ ରାଜସ୍ଥାନ ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି ଦେବାପାଇଁ ସୁପାରିସ କରିଛନ୍ତି। ଏପ୍ରିଲ ୧୯ ତାରିଖରେ ହୋଇଥିବା କଲେଜିୟମ ବୈଠକରେ ଜଷ୍ଟିସ ଆର୍ଡି ଧନୁକାଙ୍କ ନାମ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପାରିସ କରାଯାଇଛି। ଆନ୍ଧ୍ରପ୍ରଦେଶ ହାଇକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ଏସ୍ଭି ଭଟ୍ଟିଙ୍କ ନାମ କେରଳ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରାଯାଇଛି। ପଂଜାବ ଏବଂ ହରିୟାଣା ହାଇକୋର୍ଟ ବିଚାରପତି ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କ ନାମ ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପାରିସ କରାଯାଇଛି। ତେଲେଙ୍ଗାନା ହାଇକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ଏମଏସ ରାମଚନ୍ଦ୍ର ରାଓଙ୍କ ନାମ ହିମାଚଳପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପାରିସ କରାଯାଇଛି। ସେହିପରି ଜଷ୍ଟିସ ଏସଭି ଗାଙ୍ଗପୁରୱାଲାଙ୍କ ନାମ ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପାରିସ କରାଯାଇଛି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ କଲେଜିୟମ ୫ଟି ହାଇକୋର୍ଟରେ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ନାମ ସୁପାରିସ

Tags: