୫ ମାସରେ ଦେଶରେ ସର୍ବାଧିକ ସଂକ୍ରମଣ
ନୂଆଦିଲ୍ଲୀ, ୨୬/୩: ଦେଶରେ ଆଜି ୫ ମାସରେ ସର୍ବାଧିକ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ୧୮୯୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହା ୧୪୯ ଦିନରେ ସର୍ବାଧିକ। ଦେଶରେ ଗତବର୍ଷ ଅକ୍ଟୋବର ୨୮ରେ ଶେଷଥର ପାଇଁ ସର୍ବାଧିକ ସଂକ୍ରମଣ ୨୨୦୮ ଥିଲା। ଦେଶରେ ସକ୍ରିୟ ମାମଲା ୯,୪୩୩କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ର ଏବଂ ଗୁଜରାଟରେ ୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। କେରଳ ପୂର୍ବରୁ ହୋଇଥିବା ୩ଟି […]
ନୂଆଦିଲ୍ଲୀ, ୨୬/୩: ଦେଶରେ ଆଜି ୫ ମାସରେ ସର୍ବାଧିକ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ୧୮୯୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହା ୧୪୯ ଦିନରେ ସର୍ବାଧିକ। ଦେଶରେ ଗତବର୍ଷ ଅକ୍ଟୋବର ୨୮ରେ ଶେଷଥର ପାଇଁ ସର୍ବାଧିକ ସଂକ୍ରମଣ ୨୨୦୮ ଥିଲା। ଦେଶରେ ସକ୍ରିୟ ମାମଲା ୯,୪୩୩କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ର ଏବଂ ଗୁଜରାଟରେ ୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। କେରଳ ପୂର୍ବରୁ ହୋଇଥିବା ୩ଟି ମୃତ୍ୟୁକୁ କରୋନା ମୃତ୍ୟ ବୋଲି ସ୍ପଷ୍ଟ କରିଛି। ଏଥିସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୦,୮୩୧ରେ ପହଞ୍ଚିଛି। ଦେଶରେ ଦୈନିକ ପଜିଟିଭ ହାର ୧.୫୬ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ହାର ୧.୨୯ ପ୍ରତିଶତ। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୦୪,୧୪୭। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୦୨ ପ୍ରତିଶତ। ଅନ୍ୟପକ୍ଷେ ଦେଶରେ ଜାତୀୟ ଆରୋଗ୍ୟ ହାର ୯୮.୭୯ ପ୍ରତିଶତ।




