୫ ବର୍ଷରେ ଦିଲ୍ଲୀରୁ ବେକାରୀ ହଟିବ : କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଏବେ ଜୋରଦାର ପ୍ରଚାର ଚାଲିଛି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଦଳର ନେତାମାନେ ବିଭିନ୍ନ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । ଆମ୍ ଆଦମୀ ପାର୍ଟି (ଆପ୍)ର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ ଆସନ୍ତା ୫ ବର୍ଷ ମଧ୍ୟରେ ରାଜଧାନୀରେ ବେକାରୀ ଦୂର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱାରୋପ କରି କେଜ୍ରିୱାଲ କହିଛନ୍ତି, ଯୁବବର୍ଗଙ୍କୁ ରୋଜଗାର ଯୋଗାଇବା ମୋର ସର୍ବୋଚ୍ଚ ପ୍ରାଥମିକତା ହେବ। […]
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଏବେ ଜୋରଦାର ପ୍ରଚାର ଚାଲିଛି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଦଳର ନେତାମାନେ ବିଭିନ୍ନ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । ଆମ୍ ଆଦମୀ ପାର୍ଟି (ଆପ୍)ର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ ଆସନ୍ତା ୫ ବର୍ଷ ମଧ୍ୟରେ ରାଜଧାନୀରେ ବେକାରୀ ଦୂର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱାରୋପ କରି କେଜ୍ରିୱାଲ କହିଛନ୍ତି, ଯୁବବର୍ଗଙ୍କୁ ରୋଜଗାର ଯୋଗାଇବା ମୋର ସର୍ବୋଚ୍ଚ ପ୍ରାଥମିକତା ହେବ। ବେକାରୀ ସମସ୍ୟାର ସମାଧାନ ପାଇଁ ଆମ ଟିମ୍ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରୁଛି ବୋଲି ସେ କହିଛନ୍ତି। କେଜ୍ରିଓ୍ଵାଲ ତାଙ୍କ ସରକାରଙ୍କ ଟ୍ରାକ୍ ରେକର୍ଡ ଉପରେ ଆଲୋକପାତ କରି ଦାବି କରିଛନ୍ତି ଯେ ପଞ୍ଜାବର ଆପ୍ ସରକାର ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ୪୮,୦୦୦ ସରକାରୀ ଚାକିରି ପ୍ରଦାନ କରିଛନ୍ତି ଏବଂ ଯୁବବର୍ଗଙ୍କ ପାଇଁ ୩ ଲକ୍ଷରୁ ଅଧିକ ଘରୋଇ କ୍ଷେତ୍ରର ଚାକିରିରେ ସାହାଯ୍ୟ କରିଛନ୍ତି। “ଆମେ ଚାକିରି ସୃଷ୍ଟି କରିବାକୁ ଜାଣୁ ଏବଂ ଆମର ଉଦ୍ଦେଶ୍ୟ ଭଲ । ଲୋକଙ୍କ ସମର୍ଥନ ମିଳିଲେ ଆଗାମୀ ୫ ବର୍ଷ ମଧ୍ୟରେ ଆମେ ଦିଲ୍ଲୀରୁ ବେକାରୀ ଦୂର କରିବୁ ବୋଲି କେଜ୍ରିୱାଲ କହିଛନ୍ତି।




