୫ ଦିନ ‘ଡିଜିଟାଲ୍‌ ଆରେଷ୍ଟ୍‌’ ହୋଇ ୧‌ କୋଟି ହରାଇଲେ

ନଏଡ଼ା: ନଏଡ଼ାରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ ୧ କୋଟି ଟଙ୍କା ଠକାମିର ଶିକାର ହୋଇଛନ୍ତି। କିଛି ଅଜଣା ବ୍ୟକ୍ତି ନିଜକୁ ସରକାରୀ ଅଧିକାରୀ ଦର୍ଶାଇ ସେମାନଙ୍କୁ ୫ ଦିନ ପର୍ଯ୍ୟନ୍ତ ‘ଡିଜିଟାଲ୍‌ ଆରେଷ୍ଟ୍‌’ରେ ରଖିଥିବା ପୁଲିସ ସୂଚନା ଦେଇଛି। ଫଳରେ ପରିବାର ସଦସ୍ୟ ୧ କୋଟି ଟଙ୍କା ହରାଇ ଦେଇଛନ୍ତି। ପୁଲିସ ଅନୁଯାୟୀ ଚନ୍ଦ୍ରଭାନ ପଲିୱାଲ ନାମକ ଜଣେ ବ୍ୟକ୍ତି ଫେବ୍ରୁଆରି ୧ ତାରିଖରେ ଏକ ଅଜଣା ନମ୍ବରରୁ ଫୋନ୍‌ ପାଇଥିଲେ। ଫୋନ୍‌ କରିଥିବା […]

୫ ଦିନ ‘ଡିଜିଟାଲ୍‌ ଆରେଷ୍ଟ୍‌’ ହୋଇ ୧‌ କୋଟି ହରାଇଲେ
Samaya Live Picture
Published On

ନଏଡ଼ା: ନଏଡ଼ାରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ ୧ କୋଟି ଟଙ୍କା ଠକାମିର ଶିକାର ହୋଇଛନ୍ତି। କିଛି ଅଜଣା ବ୍ୟକ୍ତି ନିଜକୁ ସରକାରୀ ଅଧିକାରୀ ଦର୍ଶାଇ ସେମାନଙ୍କୁ ୫ ଦିନ ପର୍ଯ୍ୟନ୍ତ ‘ଡିଜିଟାଲ୍‌ ଆରେଷ୍ଟ୍‌’ରେ ରଖିଥିବା ପୁଲିସ ସୂଚନା ଦେଇଛି। ଫଳରେ ପରିବାର ସଦସ୍ୟ ୧ କୋଟି ଟଙ୍କା ହରାଇ ଦେଇଛନ୍ତି। ପୁଲିସ ଅନୁଯାୟୀ ଚନ୍ଦ୍ରଭାନ ପଲିୱାଲ ନାମକ ଜଣେ ବ୍ୟକ୍ତି ଫେବ୍ରୁଆରି ୧ ତାରିଖରେ ଏକ ଅଜଣା ନମ୍ବରରୁ ଫୋନ୍‌ ପାଇଥିଲେ। ଫୋନ୍‌ କରିଥିବା ବ୍ୟକ୍ତି କହିଥିଲେ ଯେ ଏହି ମାମଲା ମୁମ୍ବାଇ ସାଇବର କ୍ରାଇମ୍‌ବ୍ରାଞ୍ଚ୍‌ ସହ ଜଡ଼ିତ। ଏହାର ଠିକ୍‌ ୧୦ ମିନିଟ୍‌ ପରେ ନିଜକୁ ଆଇପିଏସ୍‌ ଅଫିସର ପରିଚୟ ଦେଇଥିବା ଜଣେ ବ୍ୟକ୍ତି ପଲିୱାଲଙ୍କୁ ଭିଡିଓ କଲ୍‌ କରିଥିଲେ। ଏହି ନକଲି ପୁଲିସ ଅଫିସର ଅଭିଯୋଗ କରିଥିଲେ ଯେ ପଲିୱାଲଙ୍କ ବିରୋଧରେ ଦାଦାବଟି ଆଦାୟ ଅଭିଯୋଗ ହୋଇଛି ଓ ତାଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ୨୪ଟି ମାମଲା ରୁଜୁ ହୋଇଛି। ପଲିୱାଲଙ୍କ ପତ୍ନୀ ଏବଂ ଝିଅ ମଧ୍ୟ ‘ଡିଜିଟାଲ୍‌ ଆରେଷ୍ଟ’ ହୋଇଥିଲେ। ସେମାନେ ଯଦି ଟଙ୍କା ନଦିଅନ୍ତି ତେବେ ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଧମକ ଦିଆଯାଇଥିଲା। ଅଭିଯୋଗକାରୀ ୫ ଦିନ ମଧ୍ୟରେ ୧.୧ କୋଟି ଟଙ୍କା ଦେଇଥିବା ଜଣାପଡ଼ିଛି। ଉକ୍ତ ଘଟଣାରେ ତଦନ୍ତ ଜାରି ରହିଛି।

Tags: