୫୮ ବର୍ଷ ବୟସରେ ବାପା ହେବେ ବୋରିସ୍ ଜନସନ୍‌

ଲଣ୍ଡନ୍: ୫୮ ବର୍ଷ ବୟସରେ ବ୍ରିଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍‌ ପୁଣି ଥରେ ବାପା ହେବେ। ଏହା ହେବ ବୋରିସ୍ ଓ କ୍ୟାରିଙ୍କର ତୃତୀୟ ତଥା ବୋରିସଙ୍କର ଅଷ୍ଟମ ସନ୍ତାନ। ‘ଇନ୍‌ଷ୍ଟାଗ୍ରାମ’ରେ ଏଇ ଖବର ସେୟାର୍ କରି ପତ୍ନୀ କ୍ୟାରି ଲେଖିଛନ୍ତି, ମାତ୍ର ଅଳ୍ପ କିଛି ସପ୍ତାହ ଭିତରେ ପରିବାରର ନୂଆ ସଦସ୍ୟ ପହଞ୍ଚିବେ। ଏଥିସହିତ ସେ ୩ ବର୍ଷିୟ ପୁଅ ୱିଲ୍ଫ୍ ଓ ବର୍ଷକର ଝିଅ ରୋମିଙ୍କର ହାତ ଧରି ଚାଲୁଥିବାର ଫଟୋ ମଧ୍ୟ […]

Samaya Live Picture
Published On

ଲଣ୍ଡନ୍: ୫୮ ବର୍ଷ ବୟସରେ ବ୍ରିଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍‌ ପୁଣି ଥରେ ବାପା ହେବେ। ଏହା ହେବ ବୋରିସ୍ ଓ କ୍ୟାରିଙ୍କର ତୃତୀୟ ତଥା ବୋରିସଙ୍କର ଅଷ୍ଟମ ସନ୍ତାନ। ‘ଇନ୍‌ଷ୍ଟାଗ୍ରାମ’ରେ ଏଇ ଖବର ସେୟାର୍ କରି ପତ୍ନୀ କ୍ୟାରି ଲେଖିଛନ୍ତି, ମାତ୍ର ଅଳ୍ପ କିଛି ସପ୍ତାହ ଭିତରେ ପରିବାରର ନୂଆ ସଦସ୍ୟ ପହଞ୍ଚିବେ। ଏଥିସହିତ ସେ ୩ ବର୍ଷିୟ ପୁଅ ୱିଲ୍ଫ୍ ଓ ବର୍ଷକର ଝିଅ ରୋମିଙ୍କର ହାତ ଧରି ଚାଲୁଥିବାର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଗତ ୮ ମାସ ହେଲାଣି ମତେ ଭାରି କ୍ଲାନ୍ତ ଲାଗୁଛି କିନ୍ତୁ, କୁନୁକୁ ଦେଖିବା ପାଇଁ ଆଉ ଅପେକ୍ଷା କରିହେଉନି। ପୁଣି ଜଣଙ୍କର ବଡ଼ଭାଇ ହେଉଥିବାରୁ ୱିଲ୍ଫ୍ ବି ଭାରି ଉଚ୍ଛନ୍ନ ହୋଇ ସବୁବେଳେ ଏକଥା କହିବୁଲୁଛି। କିନ୍ତୁ, ରୋମି ଏ ବିଷୟରେ କିଛି ଟେର୍ ପାଇଥିବା ପରି ମନେହେଉନାହିଁ। ଖୁବ୍ ଶୀଘ୍ର ସେ ବି ଜାଣିପାରିବ। ୨୦୨୧ ମେ ମାସରେ ବୋରିସ୍ ଓ କ୍ୟାରି ବିବାହ କରିଥିଲେ। ଏହା ଥିଲା ବୋରିସଙ୍କର ତୃତୀୟ ବିବାହ। ପୂର୍ବ ପତ୍ନୀ ମାରିନା ହ୍ବିଲର୍ଙ୍କ ଗର୍ଭରୁ ବୋରିସଙ୍କର ୪ଜଣ ସନ୍ତାନ ଅଛନ୍ତି। ଏହାଛଡ଼ା, ‘ଆର୍ଟ କନସଲଟାଣ୍ଟ’ ହେଲେନ୍ ମେକିନ୍ଟାୟାର୍ଙ୍କ ସହିତ ସମ୍ପର୍କରୁ ମଧ୍ୟ ବୋରିସଙ୍କର ଗୋଟିଏ ସନ୍ତାନ ଜାତ ହୋଇଥିବା କଥା ‘ବିବିସି’ ରିପୋର୍ଟ କରିଛି। କିନ୍ତୁ, ପ୍ରକୃତରେ କେତୋଟି ପିଲାଙ୍କ ବାପା ତାହା ବୋରିସ୍ ନିଜେ ଔପଚାରିକ ଭାବେ ଘୋଷଣା କରି ନାହାନ୍ତି। ପ୍ରଥମ ସ୍ତ୍ରୀ ଏଲେଗ୍ରା ମୋଷ୍ଟିନ୍-ଓୱେନଙ୍କ ଗର୍ଭରୁ ତାଙ୍କର କୌଣସି ସନ୍ତାନ ଜାତ ହୋଇ ନ ଥିଲେ।

Tags: