୫୭ ବର୍ଷ ବୟସରେ ଆଖି ବୁଜିଲେ‘ଫ୍ରେଡରିକ୍ସ’
ମୁମ୍ବାଇ : ଟେଲି ସିରିଏଲ ଜଗତରୁ ଏକ ଦୁଃଖଦ ଖବର I ଆଉ ନାହାନ୍ତି ‘ସିଆଇଡି’ ଅଫିସର ‘ଫ୍ରେଡରିକ୍ସ’ ଇ ମାତ୍ର ୫୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଝିଛନ୍ତି ‘ଫ୍ରେଡରିକ୍ସ’ ଓରଫ ଦିନେଶ ଫଡନୀସ I ମଲ୍ଟିପଲ ଅର୍ଗାନ ଫେଲୁୟର ହେବା ଯୋଗୁଁ ନିଧନ ହୋଇଥିବା ଖବର ମିଳିଛି । ତେବେ ତାଙ୍କ ମୃତ୍ୟୁ ଖବର ଅନ୍ତରଙ୍ଗ ବନ୍ଧୁ ଦୟାନନ୍ଦ ସେଟ୍ଟୀ କହିଛନ୍ତି । ଦିନେଶଙ୍କର ଲିଭର, ହାର୍ଟ, କିଡନୀ ସମସ୍ୟାରେ ପୀଡିତ ଥିଲେ I […]
ମୁମ୍ବାଇ : ଟେଲି ସିରିଏଲ ଜଗତରୁ ଏକ ଦୁଃଖଦ ଖବର I ଆଉ ନାହାନ୍ତି ‘ସିଆଇଡି’ ଅଫିସର ‘ଫ୍ରେଡରିକ୍ସ’ ଇ ମାତ୍ର ୫୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଝିଛନ୍ତି ‘ଫ୍ରେଡରିକ୍ସ’ ଓରଫ ଦିନେଶ ଫଡନୀସ I ମଲ୍ଟିପଲ ଅର୍ଗାନ ଫେଲୁୟର ହେବା ଯୋଗୁଁ ନିଧନ ହୋଇଥିବା ଖବର ମିଳିଛି । ତେବେ ତାଙ୍କ ମୃତ୍ୟୁ ଖବର ଅନ୍ତରଙ୍ଗ ବନ୍ଧୁ ଦୟାନନ୍ଦ ସେଟ୍ଟୀ କହିଛନ୍ତି । ଦିନେଶଙ୍କର ଲିଭର, ହାର୍ଟ, କିଡନୀ ସମସ୍ୟାରେ ପୀଡିତ ଥିଲେ I ମୁମ୍ବାଇର କାନ୍ଦିଭାଲିର ତୁଙ୍ଗା ହସ୍ପିଟାଲରେ ଗତକାଲି ରାତି ୧୨ ଟା.୦୮ରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କୁ ନଭେମ୍ବର ୩୦ ଵତାରିଖରେ ହସ୍ପିଟାଲରେ ଭର୍ତି କରାଯାଇଥିଲା I
ଘରେ ଘରେ ପ୍ରସାରିତ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନର କ୍ରାଇମ ସିରିଏଲ’ସିଆଇଡି’ରେ ଅଭିନୟ କରୁଥିବା’ସିଆଇଡି’ ଅଫିସର‘ଫ୍ରେଡରିକ୍ସ’ଙ୍କ ଅକାଳ ବିୟୋଗରେ ସାରା ଟେଲି ଜଗତରେ ଶୋକର ଛାୟା ଖେଳିଯାଇଛି I ଦୀନେଶ ୨୦ବର୍ଷ ଧରି‘ସିଆଇଡି’ରେ ଫ୍ରେଡରିକ୍ସ ଚରିତ୍ରରେ ଅଭିନୟ କରିଥିଲେ। ଶୋ ଆରମ୍ଭରୁ ସେ ସବ ଇନ୍ସପେକ୍ଟର ଭୂମିକାରେ ନଜର ଆସିଥିଲେ । ଏହାପରେ ତାଙ୍କୁ ଫ୍ରେଡିକ୍ସ ଚରିତ୍ରରେ ଦେଖିବାକୁ ମିଳିଥିଲା । ୧୯୯୮ରୁ ଆରମ୍ଭ ହୋଇଥିବା ଏହି ଧାରାବାହିକ ହେଉଛି ଭାରତର ଦୀର୍ଘତମ ଟେଲିଭିଜନ ଧାରାବାହିକ ମଧ୍ୟରୁ ଅନ୍ୟତମ।‘ସିଆଇଡି’ ବ୍ୟତୀତ ଦୀନେଶ ଅସିତ କୁମାର ମୋଦୀଙ୍କ ଟିଭି ସୋ ‘ତାରକ ମେହେତା କା ଉଲଟା ଚଷମା’ରେ କାମିଓ କରିଥିଲେ। ଏହା ବ୍ୟତୀତ ସେ‘ସରଫରୋଶ’ଏବଂ ‘ସୁପର ୩୦’ ଭଳି ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଥିଲେ । ଏହାସହ ଅନେକ ମରାଠୀ ଫିଲ୍ମରେ ସ୍କ୍ରିପ୍ଟ ମଧ୍ୟ ଲେଖିଛନ୍ତି ଦିନେଶ I




