୫୭ ଆସନରେ ମତଦାନ ଜାରି, ଅପରାହ୍ନ ୧ଟା ସୁଦ୍ଧା ୪୧ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଆଜି ଅନ୍ତିମ ପର୍ଯ୍ୟାୟରେ ୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ୍ ୫୭ ଲୋକସଭା ଆସନରେ ମତଦାନ ଜାରି ରହିଛି। ପଶ୍ଚିମବଙ୍ଗରେ ୯, ଉତ୍ତରପ୍ରଦେଶରେ ୧୩, ପଂଜାବରେ ୧୩, ବିହାରରେ ୮, ଓଡ଼ିଶାରେ ୬, ହିମାଚଳପ୍ରଦେଶରେ ୪, ଝାଡ଼ଖଣ୍ଡରେ ୩ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ରେ ଗୋଟିଏ ଆସନରେ ଆଜି ମତଦାନ ଗ୍ରହଣ ହେଉଛି। ଅପରାହ୍ନ ୧ଟା ସୁଦ୍ଧା ୪୧ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ କରାଯାଇଛି। ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର […]

Samaya Live Picture
Published On

ନୂଆଦିଲ୍ଲୀ: ଆଜି ଅନ୍ତିମ ପର୍ଯ୍ୟାୟରେ ୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ୍ ୫୭ ଲୋକସଭା ଆସନରେ ମତଦାନ ଜାରି ରହିଛି। ପଶ୍ଚିମବଙ୍ଗରେ ୯, ଉତ୍ତରପ୍ରଦେଶରେ ୧୩, ପଂଜାବରେ ୧୩, ବିହାରରେ ୮, ଓଡ଼ିଶାରେ ୬, ହିମାଚଳପ୍ରଦେଶରେ ୪, ଝାଡ଼ଖଣ୍ଡରେ ୩ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ରେ ଗୋଟିଏ ଆସନରେ ଆଜି ମତଦାନ ଗ୍ରହଣ ହେଉଛି। ଅପରାହ୍ନ ୧ଟା ସୁଦ୍ଧା ୪୧ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ କରାଯାଇଛି। ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, କଙ୍ଗନା ରାଣାୱତ, ଅନୁପ୍ରିୟା ପଟେଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଶେକ ବାନାର୍ଜୀ, ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ମିସା ଭାରତୀଙ୍କ ଭଳି ପ୍ରମୁଖ ପ୍ରାର୍ଥୀମାନେ ଅଛନ୍ତି। ମତଦାନ ଶେଷ ହେବାପରେ ଆଜି ସନ୍ଧ୍ୟାରେ ଏକଜିଟ୍ ପୋଲ୍ ଘୋଷଣା ହେବ। କିନ୍ତୁ କଂଗ୍ରେସ ଦଳ ଏକଜିଟ୍ ପୋଲ୍ରେ ଭାଗ ନେବନାହିଁ ବୋଲି ଘୋଷଣା କରିଛି। ଏହାପରେ ଜୁନ୍ ୨ ତାରିଖ ତଥା ଆସନ୍ତାକାଲି ଅରୁଣାଚଳ ଏବଂ ସିକ୍କିମ ବିଧାନସଭା ନିର୍ବାଚନ ଫଳ ଘୋଷଣା ହେବ। ତେବେ ସବୁଥର ପରି ଶେଷ ପର୍ଯ୍ୟାୟରେ ମଧ୍ୟ ପ୍ରବଳ ହିଂସା ଲାଗି ରହିଛି। ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣାର କୁଲଟାଲିରେ ଆଜି ହିଂସା ହୋଇଛି। କିଛି ଲୋକ ଇଭିଏମ୍ ଏବଂ ଭିଭିପାଟ୍ ମେସିନ୍ ନେଇ ପୋଖରୀରେ ପକାଇ ଦେଇଛନ୍ତି। ସେହିପରି ଭାଙ୍ଗରରେ ଆଜି ଟିଏମସି ଏବଂ ଏଆଇଏସଏଫ୍ (ଅଲ୍ ଇଣ୍ଡିଆ ସେକୁଲାର ଫ୍ରଣ୍ଟ୍) କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଆଜି ସକାଳେ ସଂଘର୍ଷ ଉପୁଜିଥିଲା। ଏଆଇଏସଏଫ୍ ପ୍ରାର୍ଥୀ ନୁର ଆଲମ ଖାନ୍ଙ୍କ ଗାଡ଼ି ଭଙ୍ଗାରୁଜା କରାଯାଇଛି।

Tags: