୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂତନ ଭାବେ ନିଯୁକ୍ତି ପାଇଥିବା ପାଖାପାଖି ୫୧,୦୦୦ କର୍ମଚାରୀମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତମାନଙ୍କୁ ସମ୍ବୋଧିତ କରିଛନ୍ତି। ରୋଜଗାର ମେଳା ସାରା ଦେଶରେ ୪୬ଟି ସ୍ଥାନରେ ଅନୁଷ୍ଠିତ ହେଉଛି। ଏହି ପଦକ୍ଷେପ ଜରିଆରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ତଥା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ଦିଆଯାଉଛି। ନବନିଯୁକ୍ତ କର୍ମଚାରୀମାନେ ଡାକ ବିଭାଗ, ଭାରତୀୟ ଅଡିଟ୍ ଓ ଆକାଉଣ୍ଟସ୍ ବିଭାଗ, ଆଣବିକ ଶକ୍ତି ବିଭାଗ, […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂତନ ଭାବେ ନିଯୁକ୍ତି ପାଇଥିବା ପାଖାପାଖି ୫୧,୦୦୦ କର୍ମଚାରୀମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତମାନଙ୍କୁ ସମ୍ବୋଧିତ କରିଛନ୍ତି। ରୋଜଗାର ମେଳା ସାରା ଦେଶରେ ୪୬ଟି ସ୍ଥାନରେ ଅନୁଷ୍ଠିତ ହେଉଛି। ଏହି ପଦକ୍ଷେପ ଜରିଆରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ତଥା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ଦିଆଯାଉଛି। ନବନିଯୁକ୍ତ କର୍ମଚାରୀମାନେ ଡାକ ବିଭାଗ, ଭାରତୀୟ ଅଡିଟ୍ ଓ ଆକାଉଣ୍ଟସ୍ ବିଭାଗ, ଆଣବିକ ଶକ୍ତି ବିଭାଗ, ରାଜସ୍ୱ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ କାର୍ଯ୍ୟ କରିବେ। ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ।




