୫୦ ବର୍ଷୀୟ ବେଗମ୍‌ଙ୍କ ୧୪ତମ ସନ୍ତାନ

ହାପୁର: ଉତ୍ତରପ୍ରଦେଶ ହାପୁର ଜିଲ୍ଲାର ଜଣେ ମୁସଲିମ୍‌ ମହିଳା ଗୁଡ଼ିଆ (୫୦) ନିଜର ୧୪ତମ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ସନ୍ତାନ ସୁସ୍ଥ ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି। ସୂଚନାନୁସାରେ, ପିଲଖୁୱା ମୋହଲା ବଜରଙ୍ଗପୁରୀ ନିବାସୀ ଇମାମୁଦ୍ଦିନ୍‌ଙ୍କ ପତ୍ନୀ ଗୁଡ଼ିଆଙ୍କ ପ୍ରସବ ବେଦନା ହୋଇଥିଲା। ତାଙ୍କୁ ପିଲଖୁୱା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କୁ ମୀରଟ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରିଥିଲେ। ୧୦୮ ଆମ୍ବୁଲାନ୍‌ସରେ ତାଙ୍କୁ ମୀରଟ ନିଆଯାଇଥିଲା। ତେବେ ମଝି […]

Samaya Live Picture
Published On

ହାପୁର: ଉତ୍ତରପ୍ରଦେଶ ହାପୁର ଜିଲ୍ଲାର ଜଣେ ମୁସଲିମ୍‌ ମହିଳା ଗୁଡ଼ିଆ (୫୦) ନିଜର ୧୪ତମ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ସନ୍ତାନ ସୁସ୍ଥ ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି। ସୂଚନାନୁସାରେ, ପିଲଖୁୱା ମୋହଲା ବଜରଙ୍ଗପୁରୀ ନିବାସୀ ଇମାମୁଦ୍ଦିନ୍‌ଙ୍କ ପତ୍ନୀ ଗୁଡ଼ିଆଙ୍କ ପ୍ରସବ ବେଦନା ହୋଇଥିଲା। ତାଙ୍କୁ ପିଲଖୁୱା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କୁ ମୀରଟ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରିଥିଲେ। ୧୦୮ ଆମ୍ବୁଲାନ୍‌ସରେ ତାଙ୍କୁ ମୀରଟ ନିଆଯାଇଥିଲା। ତେବେ ମଝି ରାସ୍ତାରେ ଗୁଡ଼ିଆଙ୍କ ପ୍ରସବ ବେଦନା ବୃଦ୍ଧିପାଇଥିଲା। ଆମ୍ବୁଲାନ୍‌ସରେ ଥିବା ଇଏମ୍‌ଠି କର୍ମବୀର ଓ ଚାଳନ ହମେଶ୍ବର ଗାଡ଼ିକୁ ଅଟକାଇ ଆମ୍ବୁଲାନ୍‌ସରେ ଥିବା ଅନ୍ୟ ଜଣେ ମହିଳାଙ୍କ ସହାୟତାରେ ପ୍ରସବ କରାଇଥିଲେ। ଗୁଡ଼ିଆ ଜଣେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଉଭୟଙ୍କୁ ମୀରଟ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଗୁଡ଼ିଆଙ୍କ ନିକଟରେ ତାଙ୍କର ବଡ଼ପୁଅ (୨୨) ଉପସ୍ଥିତ ଥିଲେ। ଡାକ୍ତର ହେମଲତା ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଉଭୟ ସୁସ୍ଥ ଥିବା ସୂଚନା ଦେଇଛନ୍ତି। ତେବେ ୧୪ତମ ସନ୍ତାନ ଥିବାରୁ ଉଭୟଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଛି।

Tags: