୫୦ ବର୍ଷରେ ୨୦ ନିର୍ବାଚନ ହାରିଛନ୍ତି, ପୁଣିଥରେ ନିର୍ବାଚନ ଲଢ଼ିବେ
ଜୟପୁର : ରାଜସ୍ଥାନର ‘୨୫ ଏଫ୍’ ଗ୍ରାମର ଜଣେ ବାସିନ୍ଦା ତିତର ସିଂହ ହେଉଛନ୍ତି ଦଳିତ ସମ୍ପ୍ରଦାୟର ଜଣେ ସଦସ୍ୟ। ୧୯୭୦ ଦଶକରେ ସେ ପ୍ରଥମ ଥର ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଥିଲେ। ୧୯୭୦ ଦଶକରୁ ସେ ରାଜସ୍ଥାନରେ ପ୍ରତି ନିର୍ବାଚନ ଲଢ଼ି ଆସୁଛନ୍ତି। କିନ୍ତୁ ପ୍ରତି ନିର୍ବାଚନରେ ସେ ହାରି ଯାଉଛନ୍ତି। ତେବେ ୭୮ ବର୍ଷୀୟ ତିତର ସିଂହ ଆଶା ଛାଡ଼ିନାହାନ୍ତି। ଆସନ୍ତା ନଭେମ୍ବର ୨୫ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମଧ୍ୟ […]
ଜୟପୁର : ରାଜସ୍ଥାନର ‘୨୫ ଏଫ୍’ ଗ୍ରାମର ଜଣେ ବାସିନ୍ଦା ତିତର ସିଂହ ହେଉଛନ୍ତି ଦଳିତ ସମ୍ପ୍ରଦାୟର ଜଣେ ସଦସ୍ୟ। ୧୯୭୦ ଦଶକରେ ସେ ପ୍ରଥମ ଥର ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଥିଲେ। ୧୯୭୦ ଦଶକରୁ ସେ ରାଜସ୍ଥାନରେ ପ୍ରତି ନିର୍ବାଚନ ଲଢ଼ି ଆସୁଛନ୍ତି। କିନ୍ତୁ ପ୍ରତି ନିର୍ବାଚନରେ ସେ ହାରି ଯାଉଛନ୍ତି। ତେବେ ୭୮ ବର୍ଷୀୟ ତିତର ସିଂହ ଆଶା ଛାଡ଼ିନାହାନ୍ତି। ଆସନ୍ତା ନଭେମ୍ବର ୨୫ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମଧ୍ୟ ସେ ଲଢ଼ିବେ। ତିତର ସିଂହ କରନପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାସଚନ ଲଢ଼ୁଛନ୍ତି। ତେବେ ୨୦ ଥର ନିର୍ବାଚନ ହାରି ମଧ୍ୟ ପୁଣିଥରେ କାହିଁକି ନିର୍ବାଚନ ଲଢ଼ୁଛନ୍ତି ବୋଲି ପ୍ରଶ୍ନ କରିବାରୁ ସେ କହିଛନ୍ତି, କାୁହିଁକି ନିର୍ବାଚନ ଲଢ଼ିବିନି। ଏହି ନିର୍ବାଚନ ହେଉଛି ଅଧିକାର ପାଇଁ ଲଢ଼େଇ। ତିତର ଜଣେ ଦିନ ମଜୁରିଆ। ସେ କହିଛନ୍ତି, ସେ ଲୋକପ୍ରୀୟତା କିମ୍ବା ରେକର୍ଡ ପାଇଁ ନିର୍ବାଚନ ଲଢ଼ୁନାହାନ୍ତି। ତିତର ସିଂହ ପଞ୍ଚାୟତଠାରୁ ଆରମ୍ଭ କରି ଲୋକସଭା ପର୍ଯ୍ୟନ୍ତ ସବୁ ନିର୍ବାଚନ ଲଢ଼ିଛନ୍ତି। କିନ୍ତୁ ପ୍ରତିଥର ସେ ନିର୍ବାଚନ ହାରିଛନ୍ତି।




