୪ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ
ନୂଆଦିଲ୍ଲୀ: ଗୁଜରାଟ, କେରଳ, ତେଲେଙ୍ଗାନା ଓ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସହ ପରାମର୍ଶ କରି ଉକ୍ତ ମୁଖ୍ୟ ବିଚାରପତିମାନଙ୍କୁ ନିଯୁକ୍ତି ଦେଇଛନ୍ତି। ଜଷ୍ଟିସ୍ ଆଲୋକ ଆରାଧେଙ୍କୁ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ସେ ୨୯ ଡିସେମ୍ବର ୨୦୦୯ରେ ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ପରେ ତାଙ୍କୁ ୨୦୧୮ରେ କର୍ଣ୍ଣାଟକ ହାଇକୋର୍ଟକୁ ବଦଳି କରାଯାଇଥିଲା। ଉକ୍ତ […]
ନୂଆଦିଲ୍ଲୀ: ଗୁଜରାଟ, କେରଳ, ତେଲେଙ୍ଗାନା ଓ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସହ ପରାମର୍ଶ କରି ଉକ୍ତ ମୁଖ୍ୟ ବିଚାରପତିମାନଙ୍କୁ ନିଯୁକ୍ତି ଦେଇଛନ୍ତି। ଜଷ୍ଟିସ୍ ଆଲୋକ ଆରାଧେଙ୍କୁ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ସେ ୨୯ ଡିସେମ୍ବର ୨୦୦୯ରେ ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ପରେ ତାଙ୍କୁ ୨୦୧୮ରେ କର୍ଣ୍ଣାଟକ ହାଇକୋର୍ଟକୁ ବଦଳି କରାଯାଇଥିଲା। ଉକ୍ତ ଦୁଇଟି ହାଇକୋର୍ଟରେ ତାଙ୍କର ୧୩ ବର୍ଷର ଅଭିଜ୍ଞତା ରହିଛି। ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ସେ ୨୦୧୧ ନଭେମ୍ବର ୧୫ରେ ପ୍ରଥମେ ଗୌହାଟି ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ପରେ ୨୦୧୩ରେ ତ୍ରିପୁରାରେ ନୂତନ ହାଇକୋର୍ଟ ପ୍ରତିଷ୍ଠା ହେବା ପରେ ସେ ତ୍ରିପୁରା ହାଇକୋର୍ଟକୁ ବଦଳି ହୋଇ ଯିବାକୁ ଚାହିଥିଲେ। ସେଠାରୁ ବଦଳି ହୋଇ ୨୦୨୨ ଜୁନ ୧୦ ତାରିଖରୁ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଅଛନ୍ତି। ବର୍ତ୍ତମାନର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅବସର ପରେ ଆସନ୍ତା ଅଗଷ୍ଟ ୭ ତାରିଖରେ ସେ ତାଙ୍କ ସ୍ଥାନରେ ଅବସ୍ଥାପିତ ହେବେ। ଜଷ୍ଟିସ୍ ସୁନୀତା ଅଗ୍ରୱାଲଙ୍କୁ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଅୱଧ ବିଶ୍ବବିଦ୍ୟାଳୟରୁ ଆଇନ ପାସ କରିବା ପରେ ୧୯୯୦ ଡିସେମ୍ବର ୧୬ରୁ ସେ ଆଇନଜୀବୀ ଭାବେ କାର୍ଯ୍ୟ କରିଆସୁଥିଲେ। ୨୦୧୧ ନଭେମ୍ବର ୨୧ରେ ତାଙ୍କୁ ଆହ୍ଲାବାଦ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୧୩ ଅଗଷ୍ଟ ୬ରେ ସେ ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ। ଜଷ୍ଟିସ୍ ଆଶିଷ ଜିତେନ୍ଦ୍ର ଦେଶାଇଙ୍କୁ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ତାଙ୍କ ବାପା ସ୍ବର୍ଗତ ଜିତେନ୍ଦ୍ର ପି ଦେଶାଇ ଗୁଜରାଟ ହାଇକୋର୍ଟର ବିଚାରପତି ଥିଲେ।




