୪ ସନ୍ତାନଙ୍କୁ କୂଅରେ ପକାଇ ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ କଲା ମା’
ମନ୍ଦସୌର: ମଧ୍ୟପ୍ରଦେଶର ମନ୍ଦସୌରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଜଣେ ମହିଳା ନିଜର ୪ ସନ୍ତାନଙ୍କୁ କୂଅରେ ପକାଇ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ପୁଲିସଠୁ ମିଳିଥିବା ସୂଚନାନୁସାରେ, ଘଟଣାଟି ଗାରୋଥ ଅନ୍ତର୍ଗତ ପିପ୍ପଳଖେଡ଼ା ଗାଁରେ ଘଟିଛି। ସୁଗୁଣା ଓ ତାଙ୍କ ସ୍ବାମୀ ରୋଦୁ ସିଂହଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ମଧ୍ୟରେ ସୁଗୁଣାଙ୍କୁ ରୋଦୁ ପିଟିଥିଲେ। ଏହାପରେ ସୁଗୁଣା ଓ ନିଜର ୪ ସନ୍ତାନଙ୍କୁ ନେଇ ଘର ଛାଡ଼ିପଳାଇଥିଲେ। […]
ମନ୍ଦସୌର: ମଧ୍ୟପ୍ରଦେଶର ମନ୍ଦସୌରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଜଣେ ମହିଳା ନିଜର ୪ ସନ୍ତାନଙ୍କୁ କୂଅରେ ପକାଇ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ପୁଲିସଠୁ ମିଳିଥିବା ସୂଚନାନୁସାରେ, ଘଟଣାଟି ଗାରୋଥ ଅନ୍ତର୍ଗତ ପିପ୍ପଳଖେଡ଼ା ଗାଁରେ ଘଟିଛି। ସୁଗୁଣା ଓ ତାଙ୍କ ସ୍ବାମୀ ରୋଦୁ ସିଂହଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ମଧ୍ୟରେ ସୁଗୁଣାଙ୍କୁ ରୋଦୁ ପିଟିଥିଲେ। ଏହାପରେ ସୁଗୁଣା ଓ ନିଜର ୪ ସନ୍ତାନଙ୍କୁ ନେଇ ଘର ଛାଡ଼ିପଳାଇଥିଲେ। ରାତିରେ ନିକଟସ୍ଥ ଏକ ସ୍କୁଲରେ ରହିଥିଲେ। ସକାଳ ୬ଟା ବେଳେ ନିଜର ୪ ସନ୍ତାନଙ୍କ ସହ ସେ ନିଜେ କୂଅ ମଧ୍ୟକୁ ଡେଇଁ ପଡ଼ିଥିଲେ। ଗାଁଲୋକମାନେ ସୁଗୁଣାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ତାଙ୍କର ୪ ସନ୍ତାନ ଅରବିନ୍ଦ (୧୧), ଅନୁଷା (୯), ବିଟୁ (୬), କାର୍ତ୍ତିକ (୩)ଙ୍କୁ ବଞ୍ଚାଇବାରେ ସକ୍ଷମ ହୋଇପାରି ନଥିଲେ। ପୁଲିସ ଏନେଇ ଏକ ମାମଲା ରୁଜୁ କରିଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।




