୪ ବିଧାନସଭା ଆସନ, ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ

ନୂଆଦିଲ୍ଲୀ: ୪ ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନ ପାଇଁ ଆଜି ଭୋଟ୍ ଗ୍ରହଣ ହେଉଛି। ପଂଜାବରେ ଜଲନ୍ଧର ଲୋକସଭା ନିର୍ବାଚନମଣ୍ଡଳୀ , ଉତ୍ତରପ୍ରଦେଶର ସୁଅର, ଚ୍ଛନ୍ନବେ, ଓଡ଼ିଶାରେ ଝାରସୁଗୁଡ଼ା ଏବଂ ମେଘାଳୟର ସୋହିଅଙ୍ଗରେ ଆଜି କଡ଼ା ସୁରକ୍ଷା ମଧ୍ୟରେ ମତଦାନ ଆରମ୍ଭ ହୋଇଛି। ମେଘାଳୟର ସୋହିଅଙ୍ଗରେ ସକାଳ ୯ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ ହୋଇଥିବାବେଳେ ଉତ୍ତରପ୍ରଦେଶର ଚ୍ଛନ୍ନବେରେ ୧୦.୧୪ ପ୍ରତିଶତ ମତଦାନ ଏବଂ ଓଡ଼ିଶାର ଝାରସୁଗୁଡ଼ାରେ ସକାଳ ୯ଟା ସୁଦ୍ଧା ୯.୭୫ ପ୍ରତିଶତ […]

Samaya Live Picture
Published On

ନୂଆଦିଲ୍ଲୀ: ୪ ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନ ପାଇଁ ଆଜି ଭୋଟ୍ ଗ୍ରହଣ ହେଉଛି। ପଂଜାବରେ ଜଲନ୍ଧର ଲୋକସଭା ନିର୍ବାଚନମଣ୍ଡଳୀ , ଉତ୍ତରପ୍ରଦେଶର ସୁଅର, ଚ୍ଛନ୍ନବେ, ଓଡ଼ିଶାରେ ଝାରସୁଗୁଡ଼ା ଏବଂ ମେଘାଳୟର ସୋହିଅଙ୍ଗରେ ଆଜି କଡ଼ା ସୁରକ୍ଷା ମଧ୍ୟରେ ମତଦାନ ଆରମ୍ଭ ହୋଇଛି। ମେଘାଳୟର ସୋହିଅଙ୍ଗରେ ସକାଳ ୯ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ ହୋଇଥିବାବେଳେ ଉତ୍ତରପ୍ରଦେଶର ଚ୍ଛନ୍ନବେରେ ୧୦.୧୪ ପ୍ରତିଶତ ମତଦାନ ଏବଂ ଓଡ଼ିଶାର ଝାରସୁଗୁଡ଼ାରେ ସକାଳ ୯ଟା ସୁଦ୍ଧା ୯.୭୫ ପ୍ରତିଶତ ମତଦାନ ହୋଇଛି। ସେହିପରି ଜଲନ୍ଧର ଲୋକସଭା ଆସନରେ ସକାଳ ୯ଟା ସୁଦ୍ଧା ୫ ପ୍ରତିଶତରୁ ଅଧିକ ମତଦାନ ହୋଇଛି। ଜଲନ୍ଧର ଲୋକସଭା ଆସନରେ ଆପ୍, କଂଗ୍ରେସ, ବିଜେପି ଏବଂ ଶିରୋମଣି ଅକାଳି ଦଳ ମଧ୍ୟରେ ଲଢ଼େଇ ହେଉଛି।ଜଲନ୍ଧର ନିର୍ବାଚନ ମଇଦାନରେ ମୋଟ୍ ୧୯ ଜଣ ପ୍ରାର୍ଥୀ ଅଛନ୍ତି।

Tags: